fbpx

ରୁଷକୁ ଜୋରଦାର ଝଟକା, ୮୪୩୩ କୋଟି ଟଙ୍କାର ସ୍ପେସ ମିଶନରୁ ବାହାର କଲା ୟୁରୋପିୟନ ଏଜେନ୍ସି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ରୁଷକୁ ମହଙ୍ଗା ପଡିବାରେ ଲାଗିଛି। ଯୁଦ୍ଧ କାରଣରୁ ଅସନ୍ତୁଷ୍ଟ ୟୁରୋପିୟନ ସ୍ପେସ ଏଜେନ୍ସି(ଇଏସଏ) ମଙ୍ଗଳ ମିଶନରୁ ରୁଷ ସ୍ପେସ ଏଜେନ୍ସିକୁ ବାହାର କରି ଦେଇଛି। ଏବେ ଏହି ମିଶରେନ ରୁଷ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ କୌଣସି ସହାୟତା ନିଆଯିବ ନାହିଁ। ଏହି ମିଶନର ବଜେଟ୍ ହେଉଛି ପ୍ରାୟ ୮୪୩୩ କୋଟି ଟଙ୍କା। ଏଥିରେ ୟୁରୋପୀୟ ଦେଶ ସହିତ ରୁଷ ମଧ୍ୟ ସାମିଲ୍ ଥିଲା। ଇଏସଏ ଏବଂ ରୁଷ ସ୍ପେସ୍ ଏଜେନ୍ସି ଏକ୍ସୋମାର୍ସ ମିଶନକୁ ସେପ୍ଟେମ୍ବରରେ ଲଞ୍ଚ କରିବାକୁ ଯୋଜନା କରିଥିଲେ।

ଇଏସଏର ନିର୍ଦ୍ଦେଶକ ଜେନେରାଲ ଯୋଶେଫ ଏସବେଶର କହିଛନ୍ତି ଏକ୍ସୋମାର୍ସ ଏକ ରୋଭର, ଯାହାକୁ ମଙ୍ଗଳ ଗ୍ରହକୁ ପଠାଇ ସେଠାକାର ଐତିହାସିକ ଏବଂ ପ୍ରାଚୀନ ବାତାବରଣର ଯାଞ୍ଚ କରାଯିବାର ଥିଲା। ଯାହା ଫଳରେ ଜୀବନ ଉତ୍ପତି ଏବଂ ପ୍ରମାଣର ସନ୍ଧାନ କରାଯାଇ ପାରିବ। ଏଥିସହ ଭବିଷ୍ୟତରେ ଜୀବନ ସମ୍ଭାବନାର ମଧ୍ୟ ଅଧ୍ୟୟନ କରାଯାଇ ପାରିବ। ଯୋଶେଫ କହିଛନ୍ତି ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଲଞ୍ଚିଂ ପାଇଁ ସମୟ ଆହୁରି ଲାଗିବ। କାରଣ ୟୁରୋପୀୟ ଦେଶ ଏହି ମିଶନରେ ରୁଷକୁ ବାହାର କରିଛନ୍ତି। ଏବେ ଏହି ରୋଭରର ଲଞ୍ଚିଂକୁ ନେଇ ପୁଣି ଥରେ ଯୋଜନା ପ୍ରସ୍ତୁତ କରାଯିବ। ସେହି ହିସାବରେ ପ୍ରସ୍ତୁତି କରାଯିବ ବୋଲିସ ସେ କହିଛନ୍ତି।

ଏମିତି ନିଷ୍ପତ୍ତିରେ ୟୁରୋପିୟନ ସ୍ପେସ ଏଜେନ୍ସିକୁ ଜୋରଦାର ଝଟକା ଲାଗିଛି। କିନ୍ତୁ ଅଧିକ କ୍ଷତି ରୁଷର ହୋଇଛି। ସାଂପ୍ରତିକ ସ୍ଥିତିକୁ ଦେଖିଲେ ଏବେ ମିଶନ ଲଞ୍ଚିଂ ୨୦୨୪ରେ କରାଯାଇପାରେ। ରୁଷକୁ ବାହାର କରାଯିବା ପରେ ବର୍ତ୍ତମାନ ଏହି ରୋଭରକୁ କେମିତି ମଙ୍ଗଳ ଗ୍ରହରେ ପହଞ୍ଚାଯିବ ସେ ନେଇ ଆମେରିକା ସ୍ପେସ ଏଜେନ୍ସି ନାସା ସହ ଆଲୋଚନା ଚାଲିଛି। ଯୋଶେଫ ଏସବେଶର କହିଛନ୍ତି, ନାସା ଏହି ପ୍ରୋଜେକ୍ଟରେ ସାମିଲ ହେବାକୁ ପ୍ରସ୍ତୁତ। ନାସାର ଇଚ୍ଛା ଏହି ସାଇଣ୍ଟିଫିକ ମିଶନରେ ପୂରା ସହଯୋଗ ଯେମିତି ଦେଇ ପାରିବ।

Get real time updates directly on you device, subscribe now.