ଦିନକୁ ୨,୫୦୦ରୁ ୪,୦୦୦ ଷ୍ଟେପ୍ ଚାଲିଲେ ମଧ୍ୟ କମେ ହୃଦରୋଗର ବିପଦ, ଡାକ୍ତରଙ୍କଠାରୁ ଜାଣନ୍ତୁ କେମିତି

ଦିନକୁ ଏତିକି ଷ୍ଟେପ୍ ଚାଲିଲେ ହେବନି ହୃଦଘାତ

ନୂଆଦିଲ୍ଲୀ: ଚାଲିବା ସବୁଠୁ ସହଜ ବାୟାମ। ପ୍ରତିଦିନ ୧୦,୦୦୦ ଷ୍ଟେପ ଚାଲିବାକୁ ବୈଜ୍ଞାନିକ ସ୍ତରରେ ଲୋକପ୍ରିୟ କରାଯାଇଛି। କିନ୍ତୁ ଡାକ୍ତର କହିଛନ୍ତି ଯେ, ଯଦି ୧୦,୦୦୦ ଷ୍ଟେପ୍ ଆପଣ ଚାଲିପାରୁନାହାନ୍ତି, ତେବେ ନିରାଶ ହୁଅନ୍ତୁନି। ହାଇଦ୍ରାବାଦ ସ୍ଥିତ ନ୍ୟୁରୋଲୋଜିଷ୍ଟ ଡା.ସୁଧୀର କୁମାର, ୟୁକେ ବାୟୋବ୍ୟାଙ୍କର ଏକ ବଡ଼ ଅଧ୍ୟୟନ ବିଷୟରେ ଖୁଲାସା କରିଛନ୍ତି।

ସେ କହିଛନ୍ତି ଯେ, ପ୍ରତିଦିନ ସର୍ବନିମ୍ନ ୧,୦୦୦ ଷ୍ଟେପ୍‌, ସର୍ବାଧିକ ୧୦,୦୦୦ ଷ୍ଟେପ ଚାଲୁଥିବା ହୃଦରୋଗୀ ଏବଂ ଅନ୍ୟ ରୋଗ ସହ ଜଡ଼ିତ ଲୋକଙ୍କୁ ନେଇ ରିସର୍ଚ୍ଚ କରାଯାଇଥିଲା। ରିପୋର୍ଟ ମୁତାବକ, ୧,୦୦୦ ଷ୍ଟେପ ଚାଲୁଥିବା ଲୋକଙ୍କର ହୃଦୟ ସମ୍ବନ୍ଧୀୟ ଘଟଣାରେ୧୭ ପ୍ରତିଶତର ହ୍ରାସ, ହୃଦଘାତରେ ୨୨ ପ୍ରତିଶତର ହ୍ରାସ ବ୍ରେନଷ୍ଟ୍ରୋକରେ ୨୪ ପ୍ରତିଶତର ବିପଦ ହ୍ରାସ ହୋଇଛି।

କୁମାର ଆହୁରି କହିଛନ୍ତି ଯେ, ଦିନର ଅଧ ଘଣ୍ଟା ଯଦି ଲୋକେ ଦ୍ରୁତଗତିରେ ଚାଲୁଛନ୍ତି, ସେଥିରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଦିନର ୩୦ ମିନିଟରେ ଜୋରରେ ଚାଲିବା, ଏହା ଯେତେ ଷ୍ଟେପ ହେଲେ ବି ଚଳିବ। ଏଥିରେ ହୃଦରୋଗର ବିପଦ ହ୍ରାସ ଘଟିଥାଏ। ଏଥିରେ ଜଣାପଡ଼ିଥାଏ ଯେ, ଛୋଟ ଛୋଟ ଝଟକାରେ ସ୍ଲୋ, ସ୍ଥିର ଗତିରେ ଚାଲିବାରେ ଅଧିକ ଫାଇଦା ମିଳିଥାଏ।

୧୦,୦୦୦ ଷ୍ଟେପ ଏକ ଉପଯୋଗୀ। କିନ୍ତୁ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଜୀବନଶୈଳୀ ଅନୁଯାୟୀ, କମ ଷ୍ଟେପର ସଂଖ୍ୟା ମଧ୍ୟ ରୋଗର ବିପଦକୁ କମ କରିଥାଏ। ପ୍ରତିଦିନ ୨,୫୦୦ରୁ ୪,୦୦୦ ଷ୍ଟେପ ପୂର୍ବରୁ ହିଁ ମୃତ୍ୟୁ ଦରରେ ହ୍ରାସ ଏବଂ ହୃଦୟ ସମ୍ବନ୍ଧୀୟ ରୋଗଗୁଡ଼ିକର ବିପଦକୁ ହ୍ରାସ କରିଥିଲା।

ଉଚ୍ଚ ରକ୍ତଚାପ ଗ୍ରସ୍ତ ବ୍ୟାକ୍ତିମାନଙ୍କ ପାଇଁ, ଅଧିକ ଷ୍ଟେପ ବଢାଇବା ଭଲ ପ୍ରମାଣିତ ହୋଇଛି। ବିଶ୍ଲେଷଣରୁ ଜଣାପଡ଼ିଛି ଯେ, ୧,୦୦୦ ଅତିରିକ୍ତ ଷ୍ଟେପ୍ ବଢାଇବା- ଅର୍ଥାତ ଏହାର ସମୁଦାୟ ସଂଖ୍ୟା ୨,୩୦୦ରୁ ୩,୩୦୦ ପର୍ଯ୍ୟନ୍ତ ବଢାଗଲେ ବା ୬ ହଜାରରୁ ୭ ହଜାର ବଢାଗଲେ ହୃଦୟ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହୋଇଛି।

ଡାକ୍ତର ଏହା ଉପରେ ବି ଦାବି କରିଛନ୍ତି ଯେ, ହୃଦୟ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପାଦରେ ଚାଲିବା ସବୁଠୁ ସୁଲ୍ଲଭ ଏବଂ କମ ଖର୍ଚ୍ଚ ଉପାୟରୁ ଅନ୍ୟତମ। ଏହି ପରାମର୍ଶ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ସାରା ଦୁନିଆରେ ୧.୩ କୋଟି ବୟସ୍କ ଉଚ୍ଚ ରକ୍ତଚାପରେ ପୀଡ଼ିତ।