fbpx

‘ଆତଙ୍କୀ ସଂଗଠନ ମଧ୍ୟ ଦେଶର ଏତେ କ୍ଷତି କରି ପାରିବେ ନାହିଁ, ଯେତିକି ଏହି ଗାନ୍ଧୀ ପରିବାର କରିଛନ୍ତି’- ଅଶୋକ ପଣ୍ଡିତ

ନୂଆଦିଲ୍ଲୀ : ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ପୁଣି ଥରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ପାର୍ଟି ଉପରେ ବର୍ଷିଛନ୍ତି।  ଅଶୋକ ପଣ୍ଡିତ ଟ୍ଵିଟ୍ କରି କଂଗ୍ରେସ ପାର୍ଟିର କଟୁ ସମାଲୋଚନା କରି କହିଛନ୍ତି, ଆତଙ୍କୀ ସଂଗଠନ ମଧ୍ୟ ଦେଶର ସେତିକି କ୍ଷତି କରି ପାରିବେ ନାହିଁ, ଯେତିକି ଏହି ଗାନ୍ଧୀ ପରିବାର କରିଛି।

କେବଳ ଏତିକି ନୁହେଁ ଅଶୋକ ପଣ୍ଡିତ କହିଛନ୍ତି, ରାହୁଲ ଗାନ୍ଧୀ ତୁମର ପାର୍ଟି ଦିଲ୍ଲୀର ୫ ତାରକା ହସ୍ପିଟାଲରେ ଗିଲାନି ଉପରେ କୋଟି କୋଟି ଟଙ୍କା ଉଡାଉଛି। ଗିଲାନୀ ହେଉଛି ସେହି ବ୍ୟକ୍ତି ଯିଏ ହଜାର କଶ୍ମୀରୀ ହିନ୍ଦୁଙ୍କ ମୃତ୍ୟୁର କାରଣ। ଶତ୍ରୁ ସହ ଛିଡା ହେବା ତୁମର ଡିଏନଏରେ ରହିଛି।

ସେ ଏହା ମଧ୍ୟ କହିଛନ୍ତି, ଷ୍ଟେନ ସ୍ଵାମୀ ଏକ ପ୍ରତିବନ୍ଧିତ ଟ୍ରଷ୍ଟ ସଂଗଠନର ନେତା ଥିଲେ। ଦଙ୍ଗା ଉସୁକାଇବା ଅପରାଧରେ ସେ ଜେଲରେ ଥିଲେ। ତାଙ୍କ ମୃତ୍ୟୁରେ ଏକ ପ୍ରତିଷ୍ଠିତ ସମାଚାର ଚ୍ୟାନେଲ ଓ ପ୍ରତିଷ୍ଠିତ ସାମ୍ବାଦିକ ରାଜଦୀପ ସରଦେଶାଇ ଉକ୍ତ ମଣିଷକୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି। ସେହି ଦିନ ମଧ୍ୟ ଆଉ ବେଶି ଦୂର ନୁହେଁ ଯେବେ ୟାସିନ ମଲିକ ମୃତ୍ୟୁରେ ମଧ୍ୟ ଏମାନେ ଶ୍ରଦ୍ଧାଞ୍ଜଳୀ ଦେବେ।

 

ରାହୁଲ ଗାନ୍ଧୀ ମଧ୍ୟ ଷ୍ଟେନ ସ୍ଵାମୀଙ୍କୁ ନିଜ ଟ୍ଵିଟର ପୋଷ୍ଟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏହା ଉପରେ ଅଶୋକ ପଣ୍ଡିତ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଗୋଟିଏ ଟ୍ଵିଟ୍ ୭୦ ବର୍ଷର କଂଗ୍ରେସ ନକ୍ସଲ ସମର୍ଥନ ଏବଂ ପୋଷଣର ଏକ ସ୍ଥାୟୀ ପ୍ରମାଣ ଦେଇଛି। ହଜାର ହଜାର ସୈନିକ ସହିଦ ହେଲେ, ମାଓ ପ୍ରଭାବିତ ଅଞ୍ଚଳ  ପଛୁଆ ରହିଗଲେ ଓ କେନ୍ଦ୍ର ନିରନ୍ତର ଆଭ୍ୟନ୍ତରୀଣ ସୁରକ୍ଷା ବିପଦର ମୁକାବିଲା କଲେ। ଏହି ସବୁ ଚୀନ ଦ୍ଵାରା ପ୍ରାୟୋଜିତ ଥିଲା ବୋଲି ପଣ୍ଡିତ କହିଛନ୍ତି।

ନିଜ ଫାଇଦା ପାଇଁ ଏହି ଗାନ୍ଧୀ ପରିବାର କଶ୍ମୀରରେ ଆତଙ୍କବାଦୀକୁ ପ୍ରୋତ୍ସାହନ ଦେଲେ। ଜରୁରୀକାଳୀନ ଲଗାଇଲେ, ନକ୍ସଲବାଦ ବଢାଇଲେ। ଆତଙ୍କବାଦୀ ମଧ୍ୟ ଦେଶର ସେତିକି କ୍ଷତି କରି ପାରିବେ ନାହିଁ, ଯେତିକି ଏହି ଗାନ୍ଧୀ ପରିବାର ଦେଶର କ୍ଷତି କରିଛନ୍ତି।

ଷ୍ଟେନ ସ୍ଵାମୀଙ୍କ ମୃତ୍ୟୁ ଉପରେ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ମଧ୍ୟ ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ଆସିଛି। ଏହି ଭିଡିଓ ପୋଷ୍ଟରେ ସେ କହୁଛନ୍ତି ଯେ, ଏହା ବଡ ଲଜ୍ଜାଜନକ କଥା ଯେ, ଷ୍ଟେନ ସ୍ଵାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଉଛି। ଅନେକ ଲୋକ ଷ୍ଟେନକୁ ସାମାଜିକ କର୍ମୀ କହୁଛନ୍ତି।

ଉଲ୍ଲେଖଯୋଗ୍ୟ, ଭୀମା କୋରେଗାଓଁ ହିଂସା ସଂପର୍କିତ ମାମଲାରେ ଗିରଫ ୮୪ ବର୍ଷୀୟ ସାମାଜିକ କର୍ମୀ ଫାଦର ଷ୍ଟେନ ସ୍ଵାମୀଙ୍କ ସୋମବାର ନିଧନ ଘଟିଛି। ଗତ କିଛି ଦିନ ହେବ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଅବନ୍ନିତ ଘଟିଥିଲା। ସ୍ଵାସ୍ଥ୍ୟ ବିଗିଡିବା ପରେ ହେଲି ଫ୍ୟାମିଲି  ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା।

Get real time updates directly on you device, subscribe now.