fbpx

କଳା ରଙ୍ଗର ଟମାଟୋ: ଆଖିରେ ନ ଦେଖିଲେ ବିଶ୍ୱାସ କରି ପାରିବେନି, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମେ ସମସ୍ତେ ବଜାରରୁ ନାଲି ଟମାଟୋ ଆଣି ଖାଆନ୍ତି । ଯଦିଓ ଟମାଟୋ ପାଚି ନଥାଏ ତେବେ ତାହା ସବୁଜ ଦେଖାଯାଇପାରେ କିନ୍ତୁ ଆପଣ କେବେ କଳା ଟମାଟୋ ଦେଖିଛନ୍ତି କି? ହେଲେ ଦେଖନ୍ତୁ, ଏଠି ଫଳିଛି କଳା ଟମାଟୋ । ଆଉ ଏ ଚିତ୍ର ଆସିଛି ଅନୁଗୁଳ ଜିଲ୍ଲାରୁ । ଅନୁଗୁଳ ଜିଲ୍ଲାର ନାଲକୋ ନଗର ବି ୨୩୨୮ କ୍ୱାର୍ଟରରେ ରହୁଥିବା ଅରୁଣ ପଟ୍ଟନାୟକ ଏବଂ ତାଙ୍କ ସ୍ତ୍ରୀ ମୋନାଲିସା ପଟ୍ଟନାୟକ କ୍ୱାଟରରେ ଏକ ସୁନ୍ଦର ବଗିଚା କରିଛନ୍ତି । ଯେଉଁଠି ଏବେ ଏହି କଳା ଟମାଟୋ ଫଳିଛି । ତେବେ ଏ କଳା ଟମାଟୋର ରଙ୍ଗ କେବଳ ଉପରୁ କଳା ଦେଖା ଯାଏ । ହେଲେ ଭିତରୁ ସାଧାରଣ ଟମାଟୋ ଭଳି ହିଁ ଦିଶେ ଏହି କଳା ରଙ୍ଗର ଟମାଟୋ । କେବଳ ସେତିକି ନୁହଁ ସ୍ୱାଦରେ ବି ସାଧାରଣ ଟମାଟୋ ଭଳି ବୋଲି ମୋନାଲିସା ପଟ୍ଟନାୟକ କହିଛନ୍ତି ।

ତେବେ ସେ ୨୦୦୦ ମସିହାରୁ ନିଜ ଘରେ ହିଁ ବଗିଚା କରିଥିବା ବେଳେ ଏଥିରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଖୁବ ସାହାଯ୍ୟ କରନ୍ତି ବୋଲି ସେ କହିଛନ୍ତି । ତେବେ ଗତ ତିନିରୁ ଚାରିବର୍ଷ ଧରି ନାଲି, ହଳଦିଆ ଏବଂ କମଳା ରଙ୍ଗର ଟମାଟୋ ଗଛ ଲଗାଇଥିବା ବେଳେ ଏବର୍ଷ ପ୍ରଥମଥର ନିଜ ବଗିଚାରେ ସେ କଳା ଟମାଟୋ ଗଛ ଲଗାଇଛନ୍ତି । ଏହି କଳା ରଙ୍ଗର ଟମାଟୋ ପାଇଁ ସେ କିଛି ଚାରା କୋଲକାତାରୁ ମଗାଇ ଥିଲେ । ଯେଉଁଥିରେ ଏବେ ଅଜସ୍ର କଳା ଟମାଟୋ ଫଳୁଛି । ଏବଂ ଏମିତି ବିରଲ ଟମାଟୋ ଦେଖିବାକୁ ମଧ୍ୟ ଏବେ ଅନେକ ଲୋକ ଆସୁଛନ୍ତି ଆଉ ଖୁବ ଖୁସି ହେଉଥିବା କହିଛନ୍ତି ମୋନାଲିସା ।

Get real time updates directly on you device, subscribe now.