ଭାରତରେ ପ୍ରତି ଘଣ୍ଟାରେ ସାପ କାମୁଡା ପାଇଁ ଯାଉଛି ୬ ଜୀବନ, ଜାଣନ୍ତୁ କାହିଁକି ଏହି ରିପୋର୍ଟ ଦେବାକୁ ବାଧ୍ୟ ସରକାର

ନୂଆଦିଲ୍ଲୀ: ପ୍ରତି ବର୍ଷ ଭାରତରେ ସାପ କାମୁଡା ପାଇଁ ହାରାହାରି ୫୮,୦୦୦ ଲୋକଙ୍କ ପ୍ରାଣହାନି ଘଟୁଛି। ଏହି ସଂଖ୍ୟା ଚିନ୍ତାଜନକ ଅଟେ। ସାରା ଦୁନିଆରେ ସାପ କାମୁଡା ପାଇଁ ମୃତ୍ୟୁର ସଂଖ୍ୟା ଉପରେ ନଜର ପକାଇବାକୁ ଗଲେ ୮୦୦୦୦ରୁ ୧୩୦୦୦୦ ଭାରତ ସବୁଠୁ ବଡ଼ ଅଂଶ। ଏହି କାରଣ ପାଇଁ ଭାରତକୁ ସ୍ନେକ୍ ବାଇଟ୍ କ୍ୟାପିଟାଲ ଅଫ୍ ଦି ୱାର୍ଲଡ କୁହାଯାଉଛି।

ଇଣ୍ଡିଆନ ମିଲିୟନ ଡେଡ ଷ୍ଟଡୀ ୨୦୨୦ ମୁତାବକ, ଭାରତରେ ପ୍ରତି ଘଣ୍ଟାରେ ସାପ କାମୁଡା ଯୋଗୁଁ ହାରହାରି ୬ଜଣଙ୍କ ଜୀବନ ଚାଲିଯାଉଛି। ସେହିପରି ସାପ କାମୁଡାରେ ପ୍ରତି ବର୍ଷ ୩୦ରୁ ୪୦ ଲକ୍ଷ ମାମଲା ରୁଜୁ କରାଯାଉଛି। ସାପ କାମୁଡିବା ମାମଲାର ଏପରି ବୃଦ୍ଧିକୁ ଦେଖି ସରକାର ସାପ କାମୁଡିବାକୁ ସୂଚୀତ କରି ନୋଟିଫିଏବଲ ଡିଜିଜ କାଟାଗୋରୀରେ ସାମିଲ କରିସାରିଛି। ସାପ କାମୁଡିବାର ସୂଚନା ସରକାରଙ୍କୁ କାହିଁକି ଦେବାକୁ ପଡିବ ଆସନ୍ତୁ ଜାଣିବା।

ଏହି ସମସ୍ତ ରୋଗ, ଯେଉଁମାନଙ୍କର ସଂକ୍ରମଣ ପ୍ରସାରିତ ହେବାର ଅଧିକ ସମ୍ଭାବନା ଥାଏ, ଯାହା ମୃତ୍ୟୁରେ ପରିଣତ ହୁଏ କିମ୍ବା ସଠିକ୍ ଚିକିତ୍ସା ଖୋଜିବା ପାଇଁ ଯଥାଶୀଘ୍ର ପରୀକ୍ଷା କରାଯିବା ଆବଶ୍ୟକ, notifiable disease ତାଲିକାରେ ଯୋଡା ଯାଇଛି। ବିଜ୍ଞପ୍ତି ପ୍ରଦାନ ପାଇଁ ରାଜ୍ୟ ସରକାର ଦାୟିତ୍ୱ ବହନ କରିଥାନ୍ତି। ଅଧିକାଂଶ ରାଜ୍ୟ ଯକ୍ଷ୍ମା, ଏଚ୍.ଆଇ.ଭି, କଲେରା, ମ୍ୟାଲେରିଆ, ଡେଙ୍ଗୁ ଏବଂ ହେପାଟାଇଟିସ୍ ଭଳି ସଂକ୍ରମଣକୁ ଧ୍ୟାନ ଦେବା ଉଚିତ୍ ବୋଲି ବିବେଚନା କରନ୍ତି।