fbpx

ଖାଲି EVM ନୁହେଁ! AI, ChatGPT ଏବଂ Recall ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଏଲନ ମସ୍କ

Advertisement

ନୂଆଦିଲ୍ଲୀ: ଏଲନ ମସ୍କ ସର୍ବଦା ନିଜ ଅଜବ ବିବୃତ୍ତି ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ମସ୍କ ଭାରତର ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ ମେସିନର ଆଲୋଚନା କରିଛନ୍ତି । ମସ୍କଙ୍କ ମୁତାବକ ଇଭିଏମକୁ ମଣିଷମାନେ ଏବଂ ଏଆଇରେ କଣ୍ଟ୍ରୋଲ କରାଯାଇପାରିବ । ଯାହା ପାଇଁ ଏହାକୁ ବନ୍ଦ କରିଦେବା ଆବଶ୍ୟକ । ମସ୍କ ଏହି ବିବୃତ୍ତି ପରେ ଭାରତୀୟ ରାଜନୀତିରେ ବିବାଦ ଆରମ୍ଭ ହୋଇଛି । ବିରୋଧୀ ଦଳ ସରକାରଙ୍କ ଉପରେ ଆଙ୍ଗୁଠି ଉଠାଇବା ଆରମ୍ଭ କରିଛନ୍ତି ।

ଏଲନ ମସ୍କ ଏଆଇର ମଧ୍ୟ ବିରୋଧ କରିଛନ୍ତି । ସ୍ପେସଏକ୍ସ ଏବଂ ଟେସଲାର ମାଲିକ ଏଲନ ମସ୍କ ଏଆଇ ଲଞ୍ଚ ହେବା ପରେ ବେଳେ ବେଳେ ଏନେଇ ଆଲୋଚନା କରନ୍ତି । ଏହା ମୁତାବକ ଏଆଇ ମଣିଷମାନଙ୍କ ପାଇଁ ବିପଦ ଅଟେ । ଏଆଇ ମଣିଷମାନଙ୍କ ଚାକିରି ପାଇଁ ବିପଦ । ମସ୍କ ଚାଟଜିପିଟିର ମଧ୍ୟ ବିରୋଧ କରଛନ୍ତି ।

ଏଲନ ମସ୍କ ଏବଂ ମାଇକ୍ରୋସଫ୍ଟ ସିଇଓ ବିଲ ଗେଟ୍ସଙ୍କ ମଧ୍ୟରେ ଅନେକ ଥର ଯୁକ୍ତି ହେବା ଦେଖିବାକୁ ମିଳିଛି । ଏଲନ ମସ୍କ ରିକଲ ଫିଚରର ତୁଳନା ବ୍ଲାକ ମିରର ଏପିସୋଡ ସହ କରିଛନ୍ତି । ବ୍ଲାକ ମିରର ଏପିସୋଡ ନେଟଫ୍ଲିକ୍ସର ଏକ ସାଇନ୍ସ ଫିକ୍ସନ ସିରିଜ ଅଟେ । ଯେଉଁଥିରେ ଦେଖାଯାଇଛି ଯେ, କୌଣସି ସମାଜରେ ଅରାଜକତା ସୃଷ୍ଟି କରିପାରେ ।

Get real time updates directly on you device, subscribe now.