fbpx

ଚୀନର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗଙ୍କ ପରଲୋକ

Advertisement

ନୂଆଦିଲ୍ଲୀ: ଚୀନର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ ଆଉ ନାହାନ୍ତି । ହାର୍ଟ ଆଟାକ କାରଣରୁ ଲି’ଙ୍କର ପରଲୋକ ଘଟିଛି । ଗତ ୨୬ ତାରିଖ ଦିନ ତାଙ୍କୁ ହାର୍ଟ ଆଟାକ୍ ଆସିଥିବା ବେଳେ ଆଜି ତାଙ୍କର ବିୟୋଗ ଘଟିଥିବା ଚୀନର ସରକାରୀ ମିଡ଼ିଆ ପକ୍ଷରୁ କୁହାଯାଇଛି । ମୃତ୍ୟୁ ବେଳକୁ ଲି’ଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଏନେଇ ଚୀନ ସମେତ ବିଭିନ୍ନ ରାଷ୍ଟ୍ରର ବହୁ ରାଷ୍ଟ୍ରମୁଖ୍ୟ ଶୋକ ବ୍ୟକ୍ତ କରିଛନ୍ତି ।

ସୂଚନା ମୁତାବକ ଲି’ଙ୍କୁ ଅଚାନକ ହାର୍ଟଆଟାକ ଆସିବା ପରେ ତାଙ୍କୁ ସଙ୍ଗେଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଯଥା ସମ୍ଭାବ ପ୍ରୟାସ କରିଥିଲେ ହେଁ ତାହା ବୃଥା ଯାଇଥିଲା । ଆଜି ତାଙ୍କର ମୃତ୍ୟୁ ଘଟିଥିବା ଚୀନର ସରକାରୀ ମିଡ଼ିଆ ପକ୍ଷରୁ ସୂଚନା ଦିଆଯାଇଛି । ୬୮ ବର୍ଷୀୟ ଲି’ କିଛିଦିନ ହେଲା ଶଙ୍ଘାଈରେ ଛୁଟି ମନାଉଥିବା ସରକାରୀ ଟିଭି ଚାନେଲର ସିସିଟିଭି ପକ୍ଷରୁ କୁହାଯାଇଛି ।

ଗତ ୨୦୨୨୨ ମସିହାରେ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ଚୀନର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି (ସିପିପି)ର ଦ୍ୱିତୀୟ ସର୍ବଶକ୍ତିଶାଳୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ୨୦୧୨ ଓ ୨୦୨୨ ମସିହା ମଧ୍ୟରେ ସେ ଦଳର ପଲିଟିବ୍ୟୁରୋ ସଦସ୍ୟ ଭାବେ କାର୍ଯ୍ୟ କରିବା ସହିତ ଚୀନର ଶୀର୍ଷ ଇକୋନୋମିକ ଅଧିକାରୀ ପଦରେ ମଧ୍ୟ ରହିଥିଲେ । ସେ ବଜାର ଅବସ୍ଥା ସୁଧାରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲେ । ସେ ଚୀନର ପ୍ରତିଷ୍ଠିତ ପେକିଂ ୟୁନିଭରସିଟିରୁ ଶିକ୍ଷା ସମାପ୍ତ କରିଥିଲେ । ସେ ୨୦୧୩ରୁ ୨୦୧୩ ପର୍ଯ୍ୟନ୍ତ ଚୀନର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ସେ ୧୯୫୫ ମସିହାରେ ଅନହ୍ୱେଇ ପ୍ରାନ୍ତର ହେଫେଈରେ ଜନ୍ମଗ୍ରହଣ କରିଥିଲେ ।

Get real time updates directly on you device, subscribe now.