ଘୋଷଣା ହେଉନି ପରୀକ୍ଷା ତାରିଖ; ମାନସିକ ଦୁଶ୍ଚିନ୍ତାରେ ଡିଇଏଲ୍ଇଡି ଛାତ୍ରଛାତ୍ରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଡି.ଇଏଲ୍.ଇଡି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଘଉଞ୍ଚାଇ ଦିଆଯାଇଛି । ଜୁନ୍ ୩୦ ସୁଦ୍ଧା ଶିକ୍ଷା ବର୍ଷ ଶେଷ ହେଉଥିବା ବେଳେ ଜୁଲାଇ-ଅଗଷ୍ଟ ମଧ୍ୟରେ ପରୀକ୍ଷା ଶେଷକରି ଫଳାଫଳ ପ୍ରକାଶ ପାଇବା କଥା । ମାତ୍ର ବର୍ତ୍ତମାନ ସୁଦ୍ଧା ପରୀକ୍ଷା ପାଇଁ କୌଣସି ସୂଚନା ଦିଆଯାଇ ନାହିଁ । ପରୀକ୍ଷାକୁ ଅନିର୍ଦିଷ୍ଟ କାଳ ପାଇଁ ଘୁଞ୍ଚ।ଇବାର ହୀନ ପ୍ରୟାସ କରାଯାଇଛି ।

ପାଠ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀ ନିଜର ଇଣ୍ଟର୍ନସିପ୍ ପ୍ରୋଗ୍ରାମ୍ ଜୁନ୍ ୩୦ ସୁଦ୍ଧା ଶେଷକରିବା ସତ୍ତେ ଅକ୍ଟୋବର ପର୍ଯ୍ୟନ୍ତ ଆଉ ଏକ ପରିବର୍ଦ୍ଧିତ ଇଣ୍ଟର୍ନସିପ ପାଇଁ ବୋର୍ଡ ପକ୍ଷରୁ ବାଧ୍ୟ କରାଯାଉଛି । ଏହି ପରିବର୍ଦ୍ଧିତ ଇଣ୍ଟର୍ନସିପ୍ ପାଇଁ ଅଧ୍ୟାପକଙ୍କ ପକ୍ଷରୁ ମଧ୍ୟ ଚାପ ପ୍ରୟୋଗ କରାଯାଉଛି । ଏହି ପରିବର୍ଦ୍ଧିତ ଇଣ୍ଟର୍ନସିପ୍ ଅକ୍ଟୋବର ମାସରେ ସରିବା ପରେ ପରୀକ୍ଷାହେବ ଓ ଫଳାଫଳ ପ୍ରକାଶ ପାଇଲା ବେଳକୁ ୨୦୨୨ ମସିହା । ଏହାଦ୍ୱାରା ସେମାନଙ୍କ କ୍ୟାରିଅର୍ ପ୍ରଭାବିତ ହେବ । ତେଣୁ ଶିକ୍ଷାବିଭାଗ ଛାତ୍ରଛାତ୍ରୀଙ୍କୁ ଏଭଳି ମାନସିକ ନିର୍ଯାତନା ଦେବାରୁ କ୍ଷାନ୍ତ ରୁହନ୍ତୁ । ଚଳିତ ମାସର ତୃତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ତାରିଖ ଘୋଷଣା ନହେଲେ ଛାତ୍ରଛାତ୍ରୀ ଆନ୍ଦୋଳନର ପନ୍ଥା ଆପଣେଇବେ ବୋଲି ଘୋଷଣା କରିଛନ୍ତି ।