fbpx
BSKY SKY
BSKY SKY

ନକଲି ମଦ ଦୋକାନରେ ଅବକାରୀ ବିଭାଗର ରେଡ୍: ବୋତଲ ଓ ଷ୍ଟିକର ଜବତ, ଜଣଙ୍କୁ ବାନ୍ଧିଲା ପୋଲିସ

BSKY

ଲହୁଣୀପଡ଼ା, (ଭାସ୍କର ନ୍ୟୁଜ୍‌): ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ଥାନା ଅଞ୍ଚଳର ପିତାଗାଁ ଠାରେ ଜଣେ ନକଲି ବିଦେଶୀ ମଦ କାରଖାନା ଚାଳାଉଥିବା ଖବର ପାଇ ବଣାଇଁ ଅବକାରୀ ବିଭାଗ ଅତର୍କିତ ଚଢାଉ କରିଥିଲା । ନକଲି ମଦ ୮୬ ଲିଟର, ନକଲି ସିଲ ୬୯୨, ମଦ ତିଆରି ଲେବୁଲ ୧୯୫୦, ଖାଲି ବୋତଲ ୧୧୫, ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବାର ସୂଚନା ମିଳିଛି ।

ଘଟଣାରୁ ପ୍ରକାଶ, ପିତାଗାଁର ମାଗାଂ ତିର୍କି ନାମକ ବିଦେଶୀ ମଦ ରାଜ୍ୟ ବାହାରୁ କମ୍‌ ଦାମର ଆଣି ଏଠାରେ ଦାମି ଲେବୁଲ ଲଗାଇ ଛୋଟ ବଡ ଖାଲି ବୋତଲ ସଂଗ୍ରହ କରି ରାଜ୍ୟ ବାହାରୁ ଆଣି ଥିବା ବିଦେଶୀ ମଦକୁ ଏଠାରେ ନକଲି ମଦ ତିଆରି କରିବା ସହିତ ସେଠାରେ ନୁତନ ଭାବେ ଲେବୁଲ ଲାଗାଇ ବିକ୍ରି କରୁଥିଲା । ରାଜ୍ୟ ବାହାରରୁ ୬ ଶହ ବୋତଲ ଆଣି ଏଠାରେ କେମିକାଲ ମିଶେଇ ୭ଶହ ବୋତଲ କରି ବୋତଲ ପିଛା ୨୦୦ ଟଙ୍କା ଲାଭ କରୁଥିଲା ଅର୍ଥାତ୍‌ ୭ ଶହ ବୋତଲକୁ ୧୪ ଶହ ଟଙ୍କା ଲାଭ କରୁଥିବା ଅବକାରୀ ବିଭାଗ ସମ୍ମୁଖରେ ସ୍ୱୀକାର କରିଛି ।

ବିଶେଷ ସୂତ୍ରରୁ ଖବର ପାଇ ଆଜି ରାଉରକେଲା ଅବକାରୀ ବିଭାଗର ସୁ ରିଣ୍ଟେଣ୍ଡେଣ୍ଟ ଆସିଫ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ବଣାଇଁ ବିଭାଗର ଅଧିକାରୀ ସବଇନ୍ସପେକ୍ଟର ଶ୍ରୀକାନ୍ତ ପଟ୍ଟନାୟକ, ଏଏସ୍‌ଆଇ ଅବଦୁଲ ଅନୱର, ଉଗ୍ରସେନ ବେହେରା, ପଞ୍ଚାନନ ଜେନା, ଘନଶ୍ୟାମ ମାହାନ୍ତ, କୁମାରୀ ପ୍ରଧାନ, ବିମ୍ବାଧର ସାହୁ, ବିକାଶ ରଞ୍ଜନ ମାହାନ୍ତ, ହେମ ମଞ୍ଜରୀ ବିଶ୍ୱାଳ ସ୍ୱୟମ ସୁଧା ସାହୁ ପ୍ରମୁଖ ସାମିଲ ହୋଇ ଚଢାଉ କରିଥିଲା ।

ପ୍ରକାଶ ଥାଉ କି ଗତ ୧୦ ତାରିଖ ଲହୁଣୀପଡା ଥାନା ଅନ୍ତର୍ଗତ ଟକରା ଗ୍ରାମର ଗୟାନଦ ରାୟ ସେହି ନକଲି ମଦ ତିଆରି କରୁଥିବା ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରିଥିଲା ଏବଂ ତା ନିକଟରୁ ୨୪୦୦ ଖାଲି ବୋତଲ, ୬୯୦ ନକଲି ଲେବୁଲ ଓ ୧୫୦ ପିସ୍‌ ଠିିପି ଜବତ୍‌ କରିବା ସହିତ ଶ୍ରୀ ରାୟକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଚେର କେତେ ଦୂର ଯାଏଁ ଲମ୍ବଛି ତାହାର ଖେଳତାଡ଼ କରୁଛି ଅବକାରୀ ବିଭାଗ ।

Get real time updates directly on you device, subscribe now.