fbpx

ପେଟ୍ରୋଲ-ଡିଜେଲ ପରେ ଚାଷ କରିବା ବି ହେଲା ମହଙ୍ଗା, ବଢ଼ିଗଲା ଏହି ଜିନିଷର ମୂଲ୍ୟ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ଚାଷ କରିବା ବି ମହଙ୍ଗା ହେବ । ଡିଜେଲ ମୂଲ୍ୟ ବୃଦ୍ଧି ମଧ୍ୟରେ ଡିଏପି-ପୋଟାଶ ସମେତ ଅନେକ ସାରର ମୂଲ୍ୟ ବୃଦ୍ଧି ଯୋଗୁଁ ଏହି ସଙ୍କଟ ଦେଖାଯିବାର ସମ୍ଭାବନା ରହିଛି ।

କୁହାଯାଉଛି ଯେ, ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର୍ କୋଅପରେଟିଭ୍ ଲିମିଟେଡ୍ (ଇଫକୋ) ଗତ ମାସରେ ଡିଏପି(୫୦ କିଲୋଗ୍ରାମ ବ୍ୟାଗ୍) ର ସର୍ବାଧିକ ଖୁଚୁରା ମୂଲ୍ୟ ୧୨୦୦ ରୁ ୧୩୫୦ ଟଙ୍କାକୁ ବୃଦ୍ଧି କରିଥିଲା । ଏଥିସହିତ ଏନପିକେଏସ ସାରର ମୂଲ୍ୟ ୧୨୯୦ ରୁ ୧୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହା ପରେ କୃଷକମାନଙ୍କୁ ଚାଷ କରିବା ବି ଆହୁରି ମହଙ୍ଗା ହୋଇଯିବ । ମିଳିଥିବା ସୂଚନା ଅନୁସାରେ, ଡିଏପି ଓ ୟୁରିଆର ମୂଲ୍ୟ ଏବେ ବଢ଼ିବାର ସମ୍ଭାବନା ରହିଛି ।

ତେବେ ୟୁକ୍ରେନ-ରୁଷ ଯୁଦ୍ଧ ସଙ୍କଟ ବ୍ୟତୀତ ଇରାନ ଉପରେ ଆମେରିକା ଲଗାଇଥିବା କଠୋର ପ୍ରତିବନ୍ଧକ ମଧ୍ୟ ଅନ୍ତର୍ଜାତୀୟ ବଜାରରେ ସାରର ମୂଲ୍ୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସାରର ମୂଲ୍ୟ କେତେ ବୃଦ୍ଧି ହେବ, ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

Get real time updates directly on you device, subscribe now.