fbpx

ନିଶା ବେପାରୀଙ୍କ ଘରେ ଅବକାରୀ ଟିମ୍‌ର ରେଡ୍: ୮ କେଜି ସୁନା ସହ ୭୫ ଲକ୍ଷ ଟଙ୍କା ଜବତ, ଜଣେ ଗିରଫ

ବ୍ରହ୍ମପୁର (ଭାସ୍କର ନ୍ୟୁଜ୍‌): ଗଞ୍ଜେଇ ଜବତ କରିବାକୁ ଯାଇ ପୋଲିସ ଜଣେ ନିଶା ବେପାରୀଙ୍କ ଘରୁ କେଜି କେଜି ସୁନା ଓ ବଣ୍ଡଲ ବଣ୍ଡଲ୍‌ ଟଙ୍କା ଜବତ କରିଛି । ଜଣେ ନିଶା ବେପାରୀଙ୍କ ଘରେ ଏତେ ପରିମାଣର ଟଙ୍କା ଦେଖି ପୋଲିସ ତାଜୁବ ହୋଇଥିଲା । ପରେ ପୋଲିସ ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକଙ୍କୁ ଗିରଫ କରିବା ସହିତ ସୁନା ଓ ଟଙ୍କା ଜବତ କରିଛି । ଖଜାପଲ୍ଲୀ ଗାଁର ରଜନୀକାନ୍ତ ପଟ୍ଟନାୟକ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ କିଣି ସ୍କୁଟିରେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ ।

ସୂଚନା ପାଇ ପୋଲିସ ଅଚାନକ ରଜନୀକାନ୍ତଙ୍କ ଘରେ ଚଢ଼ଉ କରିଥିଲା । ଏହି ସମୟରେ ପୋଲିସ ତାଙ୍କ ଘରୁ ୮ କେଜି ୫୯୮ ଗ୍ରାମ ସୁନା, ନଗର ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କେଜି ୯୪ ଗ୍ରାମ ଗଞ୍ଜେଇ ଓ ୧୦ କେଜି ୧୦ ଗ୍ରାମ ଅଫିମ ପୁଲିସ ଜବତ କରିଛି ।

Get real time updates directly on you device, subscribe now.