fbpx

ଖାଇବା ପରେ ଗ୍ୟାସ୍‌ ଏବଂ ଏସିଡିଟି ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ଆପଣମାନେ ତ ଜାଣଥିବେ ଯେ ଅନେକ ଥର, ଖାଦ୍ୟ ଖାଇବା ପରେ ଲୋକମାନେ ଗ୍ୟାସ୍ ଏବଂ ଏସିଡିଟି ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯାହା ଦ୍ୱାରା ପେଟ ଫୁଲିଯାଏ ଏବଂ ଖଟା ହାକୁଡି ଆସିବା ଆରମ୍ଭ କରେ । ଏପରି ପରିସ୍ଥିତିରେ ଲୋକମାନେ ବହୁତ ଚିନ୍ତିତ ହୁଅନ୍ତି । ଖାଦ୍ୟ ଖାଇବା ପରେ ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ତୁରନ୍ତ ଆରାମ ପାଇବା ପାଇଁ ଜିରା ଏବଂ ଜୁଆଣି ଖାଇପାରିବେ ।

ଏହି ଘରୋଇ ଉପଚାର ଚେଷ୍ଟା କରିବା ଦ୍ୱାରା ଆପଣ ଅନେକ ସମସ୍ୟାରୁ ଆରାମ ପାଇପାରିବେ । ଜିରା ଏବଂ ଜୁଆଣିର ଏହି ରେସିପି ଗ୍ୟାସ୍ ଏବଂ ଏସିଡିଟି ସମସ୍ୟାରୁ ତୁରନ୍ତ ମୁକ୍ତି ଦେଇପାରେ ।

ଜିରା ଏବଂ ଜୁଆଣି ପେଟ ପାଇଁ ଲାଭଦାୟକ :
ଜିରା ଏବଂ ଜୁଆଣିରେ ଅନେକ ଉପାଦାନ ମିଳିଥାଏ ଯାହା ପେଟ ସମ୍ବନ୍ଧୀୟ ସମସ୍ୟା ପାଇଁ ଗ୍ୟାସ୍ ଏବଂ ଏସିଡିଟି ପାଇଁ ଉପକାରୀ ହୋଇଥାଏ । ଆପଣ ଜିରା ଏବଂ ଜୁଆଣିର ପାଣି ମଧ୍ୟ ପିଇପାରିବେ । ଏହି ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହୋଇଥାଏ । ଜିରା ଏବଂ ଜୁଆଣି ପାଣି ପେଟ ଜନିତ ସମସ୍ୟା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏହି ପାଣି ପିଇବା ଦ୍ୱାରା ଗ୍ୟାସ ଏବଂ ଏସିଡିଟି ସମସ୍ୟାରୁ ମୁକ୍ତି ମିଳିଥାଏ । ଜିରା ଏବଂ ଜୁଆଣି ପାଣି ପିଇବା ଦ୍ୱାରା କେବଳ ଗ୍ୟାସ କିମ୍ବା ଏସିଡିଟି ନିୟନ୍ତ୍ରଣ ହୁଏ ନାହିଁ ବରଂ ପେଟ ଫୁଲା କମିଯାଏ ଏବଂ ପେଟ ମଧ୍ୟ ସଫା ହୋଇଥାଏ ।

ଜିରା ଓ ଜୁଆଣି ପାଣି କିପରି କରିବେ :
ଗୋଟିଏ ଚାମଚ ଜିରା ଏବଂ ଗୋଟିଏ ଚାମଚ ଜୁଆଣିକୁ ଏକ ଗ୍ଲାସ ପାଣିରେ ଫୁଟାନ୍ତୁ । ପାଣି ଫୁଟିବା ପରେ ଏହାକୁ ବାହାର କରି ଥଣ୍ଡା ହେବା ପରେ ପିଅନ୍ତୁ । ଏହି ପାଣି ପିଇବା ଦ୍ୱାରା ପେଟ ଗ୍ୟାସ୍ ଏବଂ ଏସିଡିଟି ସମସ୍ୟାରୁ ତୁରନ୍ତ ଆରାମ ମିଳିଥାଏ ।

ଜିରା ଓ ଜୁଆଣି ପାଣି ପିଇବା ଦ୍ୱାରା ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ :
ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ : ଜିରା ଏବଂ ଜୁଆଣି ପାଣି ପିଇବା ଆପଣଙ୍କ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ବଢିଇଥାଏ ଏବଂ ଆପଣ ମୌସୁମୀ ସମୟରେ ରୋଗର ଶିକାର ହୁଅନ୍ତି ନାହିଁ ।

ମୋଟାପଣରୁ ମୁକ୍ତି ମିଳିଥାଏ : ଯଦି ଆପଣ ଅଧିକ ଓଜନିଆ ତେବେ ଏହି ପାଣି ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ତେବେ ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଆପଣଙ୍କ ଓଜନ ଖୁବ୍‌ ଶୀଘ୍ର କମ୍‌ ହେବ ଏବଂ ଆପଣ ଫିଟ୍‌ ରହିବେ । ଏହା ବ୍ୟତୀତ ଆପଣ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ । ସେଥିପାଇଁ ଯେଉଁମାନେ ଏହି ସବୁ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ସେମାନେ ଜିରା ଏବଂ ଜୁଆଣିକୁ ଏହି ଉପାୟରେ ସେବନ କରନ୍ତୁ ।

Get real time updates directly on you device, subscribe now.