ଶୀତଦିନେ ହେଉନି କି ଖାଦ୍ୟ ହଜମ? ଆପଣାନ୍ତୁ ଏହି ଆୟୁର୍ବେଦିକ ଉପାୟ

ଓଡ଼ିଶା ଭାସ୍କର: ପାଚନ ବା ଖାଦ୍ୟ ହଜମ ହେଉଛି ସେହି ପ୍ରକ୍ରିୟା, ଯାହା ଆମେ ଖାଇଥାଉ ସେଥିରୁ ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ମିଳିଥାଏ। ଯେବେ ହଜମରେ ବାଧା ଉପୁଜେ ତେବେ ଏହା ଆମ ଶରୀରର କାର୍ଯ୍ୟକୁ ଅସନ୍ତୁଳିତ କରିଥାଏ। ଆୟୁର୍ବେଦରେ ଏହି ପାଚନ ଶକ୍ତି ବା ହଜମ ଶକ୍ତିକୁ ଅଗ୍ନି କୁହଯାଇଥାଏ ଏବଂ ଯେବେ ଭୋଜନ ସଠିକ୍ ଭାବେ ହଜମ ହୁଏ ନାହିଁ, ସେତେବେଳେ ଆମକୁ ଗ୍ୟାଷ୍ଟ୍ରିକ, ଏସିଡିଟି ଏବଂ ପେଟ କାଟିବା ଭଳି ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟା ସାଧାରଣତଃ ଶୀତଦିନେ ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା ଶୀତଦିନେ ହଜମ ପାଇଁ କେଉଁ ଉପାୟ ଅବଲମ୍ବନ କରିବା ଆବଶ୍ୟକ।

ହାଲୁକାଖାଦ୍ୟ ଖାଇବା: ହାଲୁକା ଜିନିଷ ଖାଇବା ଦ୍ୱାରା ହଜମ ସହଜ ହୋଇଥାଏ। ମାଂସ, ପନୀର, ତୈଳ ଜାତୀୟ ଜିନିଷ ଆଦି ହଜମ ହେବାରେ ବିଳମ୍ବ ହୋଇଥାଏ। ଅନ୍ୟପକ୍ଷେ ଫଳ, ପନିପରିବା, ଡାଲିଜାତୀୟ ଖାଦ୍ୟ ହଜମ ହେବାରେ କମ ସମୟ ଲାଗିଥାଏ। ଭାରି ଖାଦ୍ୟର ଅତ୍ୟଧିକ ସେବନରେ ହଜମ କମ୍ ହୋଇଥାଏ।

ପେଟ ପୁରିବା ଯାଏଁ ଖାଆନ୍ତୁ ନାହିଁ: ପେଟରେ ଖାଦ୍ୟ ହଜମ ପାଇଁ ତରଳ ପାଦର୍ଥ ଏବଂ ପବନ ପାଇଁ ପାର୍ଯ୍ୟାପ୍ତ ମାତ୍ରାରେ ଯାଗା ରହିବା ନିହାତି ଆବଶ୍ୟକ। ଆୟୁର୍ବେଦଅନୁସାରେ ଯଦି ଆମେ ପେଟକୁ ଚାରି ଭାଗରେ ବିଭାଜିତ କରିବା, ତେବେ ଏଥିରେ ଦୁଇ ଚତୁର୍ଥାଂଶ ଭାଗ ଭୋଜନରେ ଭରିରହିବା ଆବଶ୍ୟକ ଏବଂ ଏକ ଶେଷ ଭାଗକୁ ଉଚିତ ପାଚନ ପାଇଁ ଖାଲି ଛାଡିବା ଆବଶ୍ୟକ।

ଉଚିତ୍ ସମୟରେ ଖାଆନ୍ତୁ: ଶରୀର ଏକ ଅଭ୍ୟାସଗତ ଚକ୍ରରେ କାମ କରେ ଯାହା ଏକ ସଠିକ୍ ସମୟସୀମା ଅନୁସରଣ କରେ। ଏଥିରେ ଶରୀରକୁ ପ୍ରତିଦିନ ଏକ ଖାସ ସମୟରେ ଭୋକ ଏବଂ ନୀଦ ଆଦିର ଅନୁଭବ ହୋଇଥାଏ। ଏହାକୁ ଜୈବିକ ଘଡ଼ି କୁହାଯାଇଥାଏ। ଏହି ପ୍ରକାର ଯେବେ ଶରୀରକୁ ଖାଦ୍ୟର ସମସ୍ୟା ହୋଇଥାଏ, ତେବେ ପାଚନ ତନ୍ତ୍ରରୁ ପାଚନ ରସର ଉତ୍ପାଦନ କରିଥାଏ ଏବଂ ଭୋଜନ ଆସିବାକୁ ଆଶା କରିଥାଏ। ଏହି ପ୍ରକାର ଯଦି ଭୋଜନ ଖିଆଯାଏନି, ତେବେ ପାଚନ ସମ୍ବନ୍ଧୀୟ ସମସ୍ୟାମାନ ଉତ୍ପନ୍ନ ହୋଇଥାଏ।