fbpx

ଆପଣଙ୍କ ଆଖି ନୀଳ ହୋଇଥିଲେ ବିଶ୍ୱର ପ୍ରତି କୋଣରେ ରହିଛନ୍ତି ଆପଣଙ୍କ ସଂପର୍କୀୟ, ରିସର୍ଚ୍ଚରୁ ବଡ ଖୁଲାସା

ଓଡ଼ିଶା ଭାସ୍କର: ମଣିଷଙ୍କ ଶରୀରର ନିର୍ମାଣ ଶୈଳୀ ପ୍ରାୟତଃ ଏକାପରି ହୋଇଥାଏ । କିନ୍ତୁ ଏଥିରେ କେହି ଅଧିକ ଲମ୍ବା, କେହି ଛୋଟ ଓ କେହି ମୋଟା ଓ ପତଳା ହୋଇଥାଏ । ଏହା ସହିତ ମଣିଷଙ୍କ ମଧ୍ୟରେ ତାଙ୍କର ଆଖିର ରଙ୍ଗକୁ ନେଇ ବି ଫରକ ରହିଥାଏ । କିଛି ଲୋକଙ୍କ ଆଖି କଳା, ଧୂସର ତ ଆଉ କିଛି ଲୋକଙ୍କ ଆଖି ନୀଳ ହୋଇଥାଏ । ନୀଳ ଆଖି ବାଲା ଦେଖିବାକୁ କିଛି ଅଲଗା ହୋଇଥାନ୍ତି କିନ୍ତୁ ଏବେ ସେମାନଙ୍କୁ ନେଇ ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ ।

ଜଣେ ବିଶେଷଜ୍ଞ ସୋସିଆଲ ମିଡିଆରେ ସେହି ସିଦ୍ଧାନ୍ତକୁ ନେଇ ମତ ରଖିଛନ୍ତି । ସେ କହିଛନ୍ତି ସାରା ବିଶ୍ୱରେ ନୀଳ ଆଖି ବାଲା ଜଣେ ହିଁ ବ୍ୟକ୍ତିର ବଂଶଜ । ୟୁନିଭରସିଟି ଅଫ୍ କୋପେନହେଗେନରେ ହୋଇଥିବା ଏକ ରିସର୍ଚ୍ଚ ଅନୁଯାୟୀ ଦୁନିଆରେ ଯେତେ ବି ନୀଳଆଖି ବାଲା ରହିଛନ୍ତି ସେମାନେ ସମସ୍ତେ ପରସ୍ପର ସହ ଜଡିତ । ରିସର୍ଚ୍ଚରେ କୁହାଯାଇଛି କି ସେମାନେ ପରସ୍ପରର ସଂପର୍କୀୟ ।

ଆମେରିକାନ୍ ଏକାଡେମୀ ଅଫ୍ ଅପଥାଲମୋଲଜୀ ଅନୁଯାୟୀ ୧୦ ହଜାର ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ସମସ୍ତଙ୍କ ଆଖି ଧୂସର ରଙ୍ଗ ଥିଲା । ଏବେ କିନ୍ତୁ ୭୦-୮୦% ଲୋକଙ୍କ ଆଖି ଧୂସର ଓ ୮ରୁ ୧୦% ଲୋକଙ୍‌କ ଆଖି ନୀଳ ଏବଂ ୨% ଲୋକଙ୍କ ଆଖି ସବୁଜ ରହିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍‌ଟକ୍‌ରେ @daveallambymd ନାମକ ଜଣେ ୟୁଜର ଖୁଲାସା କରିଛନ୍ତି କି ନୀଳ ଆଖିବାଲା ଲୋକ ପରସ୍ପର ସହ କୌଣସି ବାଟରେ ଜଡିତ । ଏମାନେ ଆଜିଠାରୁ ପ୍ରାୟ ୬ ହଜାର ବର୍ଷ ପୂର୍ବେ କଳାସମୁଦ୍ର ନିକଟରେ ରହୁଥିଲେ ।

ଆଖି ନୀଳ ହେବା ପଛରେ ରହିଛି ଜିନ୍ ବା ଗୁଣସୂତ୍ର ବିଭାଜନ ଯାହାକୁ OCA2 କୁହାଯାଏ । ଏହା ଆଖିର ମେଲେନିନ ଅର୍ଥାତ୍ ରଙ୍ଗ ସ୍ଥିର କରିଥାଏ । ଡାକ୍ତରଙ୍କ ମତରେ ବ୍ୟକ୍ତିର ଜିନ୍‌ରେ କ୍ରୋମୋଜମ୍ ୧୫ କାରଣରୁ ବ୍ରାଉନ୍ ଆଖି ନୀଳ ହୋଇଥାଏ । ଏପରି ସ୍ଥିତିରେ ବିଶ୍ୱରେ ଯେତେ ନୀଳ ଆଖିବାଲା ରହିଛନ୍ତି ସମସ୍ତେ ଜଣେ ମଣିଷ ସହ ଜଡିତ । ଏହି କ୍ରମରେ ସାରା ବିଶ୍ୱରେ ଥିବା ୭୦କୋଟି ନୀଳ ଆଖି ବାଲା ବ୍ୟକ୍ତି ପରସ୍ପରର ସଂପର୍କୀୟ । ଏହି ଦୃଷ୍ଟିରୁ ଦେଖିଲେ ଜଣେ ନୀଳ ଆଖିବାଲାଙ୍କର କୋଟିଏରୁ ଅଧିକ ସଂପର୍କୀୟ ରହିଛନ୍ତିି ।

Get real time updates directly on you device, subscribe now.