ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟର ରାଜଧାନୀ ବେଙ୍ଗାଲୁରୁର ଏକ କାଫେରେ ବିସ୍ଫୋରଣ ଘଟିବା ଖବର ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ୪ ରୁ ୫ ଜଣ ଆହତ ହୋଇଛନ୍ତି ବୋଲି ଜଣାପଡିଛି । ହଠାତ ବିସ୍ଫୋରଣ ଘଟିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, କର୍ଣ୍ଣାଟକ ରାଜ୍ୟର ରାଜଧାନୀ ବେଙ୍ଗାଲୁରୁର ରାଜାଜୀ ନଗର ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟିଛି । ତେବେ ବ୍ୟାଗରେ ଥିବା କିଛି ସନ୍ଦୀଗ୍ଧ ବସ୍ତୁ ଫାଟିଥିବାର ସୂଚନା ମିଳିଛି । ପୋଲିସ ଦେଇଥିବା ସୂଚନା ଅନୁସାରେ, ଏହି ବିସ୍ଫୋରଣରେ ୪ ରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଶୁକ୍ରବାର ଦିନ ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସହରର ରାଜାଜିନଗର କାଫେ ର ହ୍ୱାଇଟ ଫିଲ୍ଡ ଶାଖାରେ ଦ୍ୱିପ୍ରହର ପ୍ରାୟ ୧ ଟାରେ ଏହି ବିସ୍ଫୋରଣ ଘଟିଛି।
#WATCH | Karnataka | An explosion occurred at The Rameshwaram Cafe in Whitefield, Bengaluru. Injuries reported. Details awaited.
Whitefield Fire Station says, "We received a call that a cylinder blast occurred in the Rameshawaram cafe. We reached the spot and we are analysing… pic.twitter.com/uMLnMFoHIm
— ANI (@ANI) March 1, 2024
ସୂଚନାନୁସାରେ, ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ଏଥିସହ ଏହି ବିସ୍ଫୋରଣ ଆତଙ୍କବାଦୀଙ୍କ ଆକ୍ରମଣ ନୁହେଁ ବୋଲି ନିଶ୍ଚିତ କରାଯାଇଛି। ପୋଲିସ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
#WATCH | An explosion occurred at The Rameshwaram Cafe in Whitefield, Bengaluru. Injuries reported. Details awaited. pic.twitter.com/9Ay3zBq3vr
— ANI (@ANI) March 1, 2024