fbpx

ଚେନ୍ନାଇର ଇଣ୍ଡିଆନ୍ ଅଏଲ୍ ପ୍ଲାଣ୍ଟରେ ବିସ୍ଫୋରଣ: ଦୁର୍ଘଟଣାରେ ଜଣେ କର୍ମଚାରୀ ମୃତ, ଜଣେ ଆହତ

ଚେନ୍ନାଇ : ତାମିଲନାଡୁରେ ଚେନ୍ନାଇର ଚେନ୍ନାଇର ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ପହଞ୍ଚିଥିଲେ ଦମକଳ ବାହିନୀ :-
ଅଗ୍ନିଶମ ଏବଂ ଉଦ୍ଧାରକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଇଥାନଲ ଗଚ୍ଛିତ ଥିବା ଏକ ଖାଲି ଟାଙ୍କି ୱେଲଡିଂରେ ଶ୍ରମିକମାନେ ନିୟୋଜିତ ଥିବାବେଳେ ଏହି ଘଟଣା ଘଟିଛି । ଦୁର୍ଘଟଣା ପରେ ତୁରନ୍ତ ପାଞ୍ଚଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଜଣେ କର୍ମଚାରୀଙ୍କ ମୃତ୍ୟୁ
ଯେତେବେଳେ ଆମେ ପହଞ୍ଚିଲୁ, ସେତେବେଳେ ଆଇଓସିଏଲର ଆଭ୍ୟନ୍ତରୀଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିବାରୁ ନିଆଁ ଲିଭାଯାଇଥିଲା ବୋଲି ଅଧିକାରୀ କହିଛନ୍ତି । ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହା ସହ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

Get real time updates directly on you device, subscribe now.