fbpx

ଢ଼ାକାରେ ଏକ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ, ୪ ଜୀବନ୍ତ ଦଗ୍ଧ

ଢ଼ାକା: ଢ଼ାକା: ବାଂଲାଦେଶରେ ନିର୍ବାଚନ ପୂର୍ବରୁ ଶୁକ୍ରବାର ହିଂସାକାଣ୍ଡ ଦେଖିବାକୁ ମିଳିଛି । ବାଂଲାଦେଶର ରାଜଧାନୀ ଢ଼ାକା ସ୍ଥିତ ଗୋପିବାଗ ଅଂଚଳରେ ବେନାପୋଲ ଏକ୍ସପ୍ରେସ ଯାତ୍ରୀବାହୀ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା କାରଣରୁ ୫ଟି ବଗି ସମ୍ପୂର୍ଣ୍ଣ ଜଳି ଯାଇଥିବାର ସୂଚନା ମିଳିଛି । ଟ୍ରେନରେ ନିଆଁ ଲାଗିବା କାରଣରୁ ୪ ଜୀବନ୍ତ ଦଗ୍ଧ ହେଇଥିବା ବେଳେ ଏକାଧିକ ଗୁରୁତର ଆହତ ହୋଇଛନ୍ତି । ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରାଯାଇଥିଲା । ବର୍ତ୍ତମାନ ଘଟଣାସ୍ଥଳରେ ଫରେନସିକ୍ ଏବଂ ସିଆଇଡ଼ି ଟିମ୍ ତଦନ୍ତ ଜାରି ରଖିଛନ୍ତି । ତେବେ ମୃତଙ୍କ ଚିହ୍ନଟ କରିବା ପାଇଁ ସେମାନଙ୍କ ପରିବାରବର୍ଗଙ୍କ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇଥିବାର ସୂଚନା ମିଳିଛି ।

ସୂଚନାରୁ ପ୍ରକାଶ ଶୁକ୍ରବାର ଢ଼ାକାରେ ଢ଼ାକା ସ୍ଥିତ ଗୋପିବାଗ ଅଂଚଳରେ ବେନାପୋଲ ଏକ୍ସପ୍ରେସ ଯାତ୍ରୀବାହୀ ଟ୍ରେନରେ ନିଆଁ ଲାଗିଯିବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗରୁତର ଆହତ ହୋଇଥିଲେ । ପ୍ରାୟ ୨୯୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଟ୍ରେନରେ ଶୁକ୍ରବାର ରାତି ୯ଟା ୫ରେ କିଛି ଅସାମାଜିକ ଲୋକମାନେ ଟ୍ରେନର ୫ଟି କୋଚରେ ନିଆଁ ଲାଗାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଗ୍ନିଶମ ସେବାର ମୁଖପାତ୍ର ଶାହଜହାନ୍ ସିକନ୍ଦର ମିଡ଼ିଆକୁ କହିଥିଲେ ଯେ ସେମାନଙ୍କୁ ୪ ଜଣଙ୍କର ଶବ ମିଳିଥିବା ବେଳେ ଅଧିକ ଛାନ୍‌ଭିନ୍ ଜାରି ରହିଛି । ଏହି ଟ୍ରେନରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ଭାରତରୁ ନିଜ ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା । ତେବେ ନିଆଁକୁ ଆୟତ କରିବା ପାଇଁ ୭ଟି ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଥିଲା । ଏହି ଅଗ୍ନିକାଣ୍ଡ ଯୋଜନାବଦ୍ଧ ଥିଲା ଏବଂ କିଏ ନିଆଁ ଲଗାଇଛି ନିଶ୍ଚିତ ଭାବରେ କିଛି କହିହେବ ନାହିଁ । ସାଧାରଣ ଲୋକ, ମହିଳା ଏବଂ ଶିଶୁଙ୍କ ପ୍ରତି ଏଭଳି ଆଚରଣ ଅମାନବୀୟ ଅଟେ । ଆମେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

Get real time updates directly on you device, subscribe now.