ଭୁବନେଶ୍ୱର: ଯୁକ୍ତ ୩ ନାମ ଲେଖା ଆବେଦନକୁ ନେଇ ବଡ଼ ଖବର। ବର୍ତ୍ତମାନ ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର। ସୂଚନା ମୁତାବକ, ଜୁନ ୧ ତାରିଖ ପର୍ଯ୍ୟନ୍ତ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର।
ଆଜି ଶେଷ ହେଉଥିଲା ଏହି ଆବଧି। ବର୍ତ୍ତମାନ ୧ ଜୁନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କିଛି ପିଲା ଅନଲାଇନରେ ସର୍ଭର ତ୍ରୁଟି ଯୋଗୁଁ ଏପର୍ଯ୍ୟନ୍ତ ଆବେଦନ କରିପାରି ନାହାନ୍ତି। ତେବେ ବର୍ତ୍ତମାନ ସରକାର ଏହି ଅବଧିକୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
+୩ ନାମଲେଖା ଏପ୍ରିଲ୍ ୧୬ ଅର୍ଥାତ ବୁଧବାରଠାରୁ ଆରମ୍ଭ ହୋଇଥିଲା। କମନ୍ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀ କରିଥିଲେ ଆବେଦନ। ସାମସ୍ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଯେଉଁମାନେ ସିଏଏଫରେ ଆବେଦନ କରିଛନ୍ତି, ମାର୍କସିଟ୍ ଅପଲୋଡ କରିପାରିବେ।
ଜୁଲାଇ ୧୦ ତାରିଖରୁ ପାଠପଢା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏପର୍ଯ୍ୟନ୍ତ +୨ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇନି, କିନ୍ତୁ ଏହା ପୂର୍ବରୁ +୩ ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ସାମସ୍ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ।