fbpx

ରବିଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧିକୁ ଆଉ ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରବିଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧିକୁ ରାଜ୍ୟ ସରକାର ଆଉ ୭ ଦିନ ପାଇଁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ପଞ୍ଜୀକରଣ ସମୟସୀମା ମାର୍ଚ୍ଚ ୨୦ ତାରିଖ ଯାଏଁ ଥିଲା। ଏହାକୁ ଆଉ ୭ ଦିନ ଅର୍ଥାତ୍‍ ଆସନ୍ତା ୨୭ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଚାଷୀମାନେ ପାକ୍ସ କିମ୍ବା ସମବାୟ ଅନୁଷ୍ଠାନଗୁଡ଼ିକରେ ଏହି ନିର୍ଦ୍ଧାରିତ ସମୟ ଭିତରେ ନାମ ପଞ୍ଜୀକରଣ କରି ରବିଧାନ ବିକ୍ରୟର ସୁଯୋଗ ନେବାକୁ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ ଅନୁରୋଧ କରିଛନ୍ତି।

 

Get real time updates directly on you device, subscribe now.