ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ, ପାକିସ୍ତାନକୁ ପଠାଉଥିଲେ ଗୁପ୍ତ ସୂଚନା

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଆସିଛି ଚକିତକର ଖବର। ପୋଲିସ ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟରେ କାମ କରୁଥିବା ଜଣେ ଡ୍ରାଇଭରଙ୍କୁ ଗିରଫ କରିଛି। ଡ୍ରାଇଭର ଗୋପନୀୟ ଏବଂ ସମ୍ବେଦଶନୀଳ ସୂଚନା ପାକିସ୍ତାନ ପଠାଉଥିବା ଅଭିଯୋଗ ହୋଇଛି। ଡ୍ରାଇଭରଙ୍କୁ ଜବାହରଲାଲ ନେହେରୁ ଭବନରୁ ଗିରଫ କରାଯାଇଛି। ଅର୍ଥ ବଦଳରେ ସେ ପାକିସ୍ତାନକୁ ଗୁପ୍ତ ସୂଚନା ଏବଂ ଦସ୍ତାବିଜ ଉପଲବ୍ଧ କରାଉଥିଲା।  ଯେଉଁ ବ୍ୟକ୍ତିଙ୍କୁ ସୂଚନା ଦେଉଥିଲା ତାଙ୍କ ନାମ ପୂନମ ଶର୍ମା କୁହାଯାଉଛି।

ଘଟଣାଟି ହନିଟ୍ରାପ ସହ ସଂପୃକ୍ତି ରହିଛି। ଗୁଇନ୍ଦା ଇନପୁଟ୍ ଆଧାରରେ ଦିଲ୍ଲୀ ପୋଲିସ ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭରଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରିଛି। ଧରାପଡିଥିବା ଡ୍ରାଇଭର ପାକିସ୍ତାନର ଜଣେ ମହିଳା ଗୁପ୍ତଚରକୁ ବୈଦେଶିକ ମନ୍ତ୍ରଣାଳୟର ସୂଚନା ପଠାଉଥିଲେ। ପୁନମ ଶର୍ମା ନାମରେ ପରିଚିତ ଉକ୍ତ ମହିଳା କୋଲକାତାରେ ରହୁଛନ୍ତି। ସୂତ୍ର ଅନୁଯାୟୀ ଉକ୍ତ ମହିଳା ପାକିସ୍ତାନର ଆଇଏସଆଇର ଏଜେଣ୍ଟ। ମାମଲାରେ ଅଦ୍ୟାବଧି ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

ଗିରଫ ଡ୍ରାଇଭରଙ୍କ ନାମ ଶ୍ରୀକୃଷ୍ଣ। ପାକିସ୍ତାନ ଗୁଇନ୍ଦା ଏଜେନ୍ସି ହନିଟ୍ରାପ ଜରିଆରେ ଶ୍ରୀକୃଷ୍ଣଙ୍କୁ ଫସାଇ ଥିଲେ। ତାଙ୍କ ନିକଟରୁ  ଯୁବତୀଙ୍କ ଏକ ଫଟୋ ଏବଂ ଭିଡିଓ ଜବତ ହୋଇଛି। ପୋଲିସ ଏବଂ ଗୁଇନ୍ଦା ଏଜେନ୍ସି ବର୍ତ୍ତମାନ ଏହାର ତଦନ୍ତ ଚଳାଇଛନ୍ତି ଯେ, ବୈଦେଶିକ ମନ୍ତ୍ରଣାଳୟରେ କାମ କରୁଥିବା ଅନ୍ୟ କର୍ମଚାରୀ ସାମିଲ୍ ଅଛନ୍ତି କି ନାହିଁ।