ଭୁବନେଶ୍ୱର: କିଟ୍ ପ୍ରସଙ୍ଗରେ ଗୃହରେ ମୁଲତବି ଆଲୋଚନା ଆରମ୍ଭ । ଅପରାହ୍ନ ୩ଟାରେ ଶୁଣାଣି ନେଇ ବିବୃତି ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଶୁଣାଣି କରିବେ । ଶୁଣାଣିରେ କିଟର ୮ ଜଣ ଅଧିକାରୀ ହାଜର ହେବେ ।
ଗତକାଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବାକୁ କୁହାଯାଇଥିଲା ।
ଆଜି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଅଚ୍ୟୁତ ହାଜର ହେବା ଲାଗି ବିଭାଗୀୟ ନିର୍ଦ୍ଦେଶରେ କୁହାଯାଇଛି ।
କିଟ୍ ଘଟଣାକୁ ନେଇ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗୁୁରୁତ୍ୱର ସହ ନେଇଛନ୍ତି । ଯୋଗାଯୋଗରେ ରହି ସବିଶେଷ ତଥ୍ୟ ନେଉଛନ୍ତି କେନ୍ଦ୍ର ସରକାର ।
ନେପାଳ ସରକାରଙ୍କ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ଆଲୋଚନା କରୁଛନ୍ତି । ମନ୍ତ୍ରୀ ନିଜେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା କହିଲେ । ୪ଟି ୨୪ ଘଣ୍ଟିଆ ହେଲ୍ପଲାଇନ୍ ଜାରି କରାଯାଇଛି ।
ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର ।