fbpx

ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୨୩ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଏକାଧିକ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ବିସ୍ଫୋରଣ କାହିଁକି ଘଟିଛି ତାହା ଜଣାପଡିନାହିଁ । ତେବେ ଘଟଣାସ୍ଥଳରେ ପୋଲିସ ପହଁଚି ଶବ ଉଦ୍ଧାର ସହିତ ତଦନ୍ତ ଚଳାଇଛି ।

ବ୍ରିଟିଶ ନ୍ୟୁଜ୍ ସର୍ଭିସ କମ୍ପାନୀ ‘ସ୍କାଏ ନ୍ୟୁଜ୍’ ଅନୁଯାୟୀ, ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଚଳାଇଛି। ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଲା ଯେ, ନଭେମ୍ବର ୨୦୨୨ ରେ କାରଖାନାରେ ବିସ୍ଫୋରଣ ଘଟି ଜଣଙ୍କର ପ୍ରାଣହାନୀ ଘଟିଛି। ଅଗଷ୍ଟ ୨୦୨୩ ରେ, ନରଥୀୱାଟ ପ୍ରଦେଶର ଏକ ଫାୟାର ଫ୍ରାକର୍ ଗୋଦାମରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ପ୍ରାୟ ୧୦୦ ଲୋକ ଆହତ ହୋଇଥିଲେ।

ସୁଫାନ୍ ବୁରି ପ୍ରଦେଶର ରାଜ୍ୟପାଳ ନତାପାଟ ସୁୱାନପ୍ରତିପ AFP ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି, “ଆମେ EOD ଦଳରୁ ଖବର ପାଇଛୁ ଯେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ତଥାପି ବିସ୍ଫୋରଣର କାରଣ କଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।” ସେ ଏହା ମଧ୍ୟ କହିଛନ୍ତି ଯେ ଫାୟାରକ୍ରାକ୍ କାରଖାନା ଆଇନଗତ ଭାବରେ ଚାଲୁଥିଲା ଏବଂ କମ୍ପାନୀର ଏକ ବୈଧ ଲାଇସେନ୍ସ ମଧ୍ୟ ଥିଲା।

Get real time updates directly on you device, subscribe now.