fbpx

ମୋତେ ମୁଖ୍ୟମନ୍ତ୍ରୀ କରିବା ଦେବେନ୍ଦ୍ର ଫଡଣବିସଙ୍କ ମାଷ୍ଟରଷ୍ଟ୍ରୋକ: ଏକନାଥ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିର ଦୃଶ୍ୟପଟ୍ଟ ବଦଳି ଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ। ଶୁକ୍ରବାର ସିନ୍ଦେ କହିଛନ୍ତି ଯେ, ବିଜେପି ନେତା ଦେବେନ୍ଦ୍ର ଫଡଣବିସଙ୍କ ମାଷ୍ଟରଷ୍ଟ୍ରୋକ କାରଣରୁ ସେ ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି। ଲୋକଙ୍କୁ ଲାଗିଲା ବିଜେପି କ୍ଷମତାର ଭୋକିଲା, ମାତ୍ର ସତ ଏହା ଯେ, ଏହା ଦେବେନ୍ଦ୍ର ଜୀଙ୍କ ମାଷ୍ଟରଷ୍ଟ୍ରୋକ। ସଂଖ୍ୟାବଳ ଥାଇ ମଧ୍ୟ ଅନ୍ୟକୁ କ୍ଷମତା ଦେବା ପାଇଁ ବଡ ହୃଦୟର ଆବଶ୍ୟକତା ପଡିଥାଏ ବୋଲି ସିନ୍ଦେ କହିଛନ୍ତି।

ରାଜଭବନରେ ଗୁରୁବାର ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଏବଂ ଫଡଣବିସ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ଫଡଣବିସଙ୍କ ନିଷ୍ପତ୍ତିରେ ରାଜ୍ୟ ଏବଂ ଦେଶବାସୀଙ୍କୁ ବଡ ହୃଦୟର ଏକ ନୂତନ ଉଦାହରଣ ଦେଖିବାକୁ ମିଳିଛି।

ସିନ୍ଦେ ଏକ ଟିଭି ଚ୍ୟାନେଲରେ କହିଛନ୍ତି, ସବୁଠୁ ଅଧିକ ସଂଖ୍ୟା ବଳ ଥିବା ପାର୍ଟି ସର୍ବଦା ମୁଖ୍ୟମନ୍ତ୍ରୀ ପଦ ଦାବି କରିଥାଏ। ମାତ୍ର ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ୍ ଶାହ, ଜେପି ନଡ୍ଡା ଏବଂ ବିଶେଷ କରି ଦେବେନ୍ଦ୍ର ଫଡଣବିସଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ସେ ହିଁ ବଡ ହୃଦୟ ଦେଖାଇଛନ୍ତି ଏବଂ ଜଣେ ଶିବସୈନିକଙ୍କୁ ଏହି ସୁଯୋଗ ଦେଇଛନ୍ତି।

ସିନ୍ଦେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ଫଡଣବିସଙ୍କ ଗତ କାର‌୍ୟ୍ୟକାଳର ଅଭିଜ୍ଞତା ତାଙ୍କ କାମରେ ଆସିବ। ଫଡଣବିସ ବରିଷ୍ଠଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି। ମୁଁ ଏଥିପାଇଁ ବହୁତ ଖୁସି କାରଣ ତାଙ୍କ ଅନୁଭବ ରାଜ୍ୟର ବିକାଶ କାର‌୍ୟ୍ୟକୁ ଗତି ଦେବାରେ ବେଶ ସହାୟକ ହେବ।

Get real time updates directly on you device, subscribe now.