ବିଦ୍ୟା ବାଲାନଙ୍କ ନାଁରେ ମିଥ୍ୟା ଇନଷ୍ଟାଗ୍ରାମ ଆକାଉଣ୍ଟ କରି ଲୋକଙ୍କୁ ଠକୁଥିଲେ, ଅଜଣା ବ୍ୟକ୍ତିଙ୍କ ନାଁରେ FIR ରୁଜୁ
ମୁମ୍ବାଇ: ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ବୃଦ୍ଧି ପାଉଥିବା ବେଳେ ପୋଲିସ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । କେବଳ ସାଧାରଣ ଜନତା ନୁହଁନ୍ତି ବରଂ ସିନେ କଳାକାରଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି ଠକ । ବଲିଉଡ଼ ଦୁନିଆରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବଲିଉଡ଼ରେ ‘ପରିଣୀତା’ ଫିଲ୍ମରୁ ଏଣ୍ଟ୍ରି କରିଥିବା ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଫେକ୍ ଇନଷ୍ଟାଗ୍ରମ ଆକାଉଣ୍ଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାଙ୍କ ନାମରେ ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଠକେଇ ଅଭିଯୋଗ ହୋଇଛି । ବିଦ୍ୟା ବାଲନ ମୁମ୍ବାଇର ଖର୍ ପୋଲିସ ଷ୍ଟେସନରେ ସେହି ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ FIR ଦେଇଛନ୍ତି । ଏନେଇ ଏଏନ୍ଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।
ସୂଚନାରୁ ପ୍ରକାଶ ସୋସିଆଲ ମିଡ଼ିଆରେ ଜଣେ ଅଜଣା ବ୍ୟକ୍ତି ବିଦ୍ୟା ବାଲନଙ୍କ ନାମରେ ଏକ ଫେକ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରି ବଲିଉଡ଼ ସହିତ ଜଡ଼ିତ ଲେକଙ୍କୁ ଠକିବା ପାଇଁ ଚେଷ୍ଟା କରିଥିଲେ । ଚାକିରିର ଆଶ୍ୱାସନା ଦେଇ ଲୋକଙ୍କ ଠାରୁ ଟଙ୍କା ମାଗୁଥିଲେ । ଏହି ବିଷୟରେ ବିଦ୍ୟା ବାଲନ ଜାଣିବା ପରେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଖର୍ ପୋଲିସ ଷ୍ଟେସନରେ ITର ଧାରା ୬୬(ସି) ଅନୁଯାୟୀ ସେହି ଅଜଣା ବ୍ୟକ୍ତିଙ୍କ ନାଁରେ ଏକ FIR ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି ।
କହିରଖୁଛୁ ବିଦ୍ୟା ବାଲାନ ଫିଲ୍ମରେ କମ୍ ନଜର ଆସୁଥିଲେ ବି ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍ ଅଛନ୍ତ । ତାଙ୍କ ଇନଷ୍ଟାଗ୍ରାମରେ ୯ ମିଲିୟନରୁ ଅଧିକ ପ୍ୟାନ୍ସ ପଲୋଅର୍ସ ଅଛନ୍ତି । ନିକଟରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁଲ ଭୁଲୈୟା ୩’ ପାଇଁ ଚର୍ଚ୍ଚାରେ ଅଛନ୍ତି ।
Bollywood actress Vidya Balan lodged an FIR against an unknown person for creating a fake Instagram account in her name and asking for money from people. An unknown person who created an identical Instagram ID asked people for money by assuring them of jobs. Khar Police has…
— ANI (@ANI) February 21, 2024