fbpx

ନକଲି ମେଡିସିନ୍: ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଥର ସବୁ ଜିନିଷ ନକଲି ମିଳୁଛି । କେଉଁଠି ନକଲି କୋଲଡ୍ରିଙ୍କସ ମିଳିଲାଣି ତ ଆଉ କେଉଁଠି ନକଲି ମସଲା । ଏହାରି ମଧ୍ୟରେ ନକଲି ମେଡିସିନ୍ ନେଇ ଭୁବନେଶ୍ୱରର ବିଭିନ୍ନ ଜାଗାରେ ଆସି ରେଡ୍ ହୋଇଛି । ଡ୍ରଗ କଣ୍ଟ୍ରୋଲରଙ୍କ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ମେଡିସନ୍ ଦୋକାନରେ ରେଡ୍ ହୋଇଛି ।

ସୂଚନା ଅନୁସାରେ, ନକଲି କରାଯାଇଥିବା ଟେଲମା-୪୦ ମେଡିସିନ୍ ଯାଞ୍ଚ ନେଇ ଏହି ଚଢ଼ାଉ କରାଯାଉଛି । ବିଭିନ୍ନ ମେଡିସିନ୍ ଦୋକାନରେ ରେଡ କରି ନମୂନା ସଂଗ୍ରହ କରିଛି ଟିମ୍ ।

ଅନ୍ୟପଟେ ଗଲା ଜୁନ୍‌ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ଲକ୍ଷାଧିକ ଟଙ୍କାର ଏଭଳି ନକଲି ଔଷଧ ଚାଲାଣ ହୋଇଛି। ଗତକାଲି ବିଜ୍ଞପ୍ତି ଜାରି ହେବାପରେ ଆଜିସୁଦ୍ଧା ୩୦ ଲକ୍ଷରୁ ଅଧିକ ଟଙ୍କାର ଔଷଧ ଫେରି ଆସିଥିବା ଜଣାପଡ଼ିଛି। କଟକର ମାଣିକଘୋଷ ବଜାରସ୍ଥିତ ଦୁଇଟି ଔଷଧ ଏଜେନ୍ସିରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ‌ଔଷଧ ବଜାରକୁ ଛଡ଼ାଯାଇଥିଲା। ସେଥିମଧ୍ୟରୁ କଟକ, ଭୁବନେଶ୍ବର, ବାଲେଶ୍ବର, ବରଗଡ଼ ଓ ଝାରସୁଗୁଡାର ପ୍ରାୟ ୧ ହଜାର ଦୋକାନରୁ ୩୦ ଲକ୍ଷ ଟଙ୍କାର ଔଷଧ ଫେରସ୍ତ ଆସିଥିବା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗୁଜରାଟ, ଦିଲ୍ଲୀ ଓ କୋଲକାତାକୁ ମଧ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କାର ଏଭଳି ଔଷଧ ଯାଇଥିବା ସୂଚନାରୁ ଜଣାପଡ଼ିଛି।

Get real time updates directly on you device, subscribe now.