fbpx

ଶ୍ରୀ ଗଣେଶ ବିସର୍ଜନ ସୟରେ ନିହାତି କୁହନ୍ତୁ ମନ୍ତ୍ର: ବଦଳିବ ଆପଣଙ୍କ ଭାଗ୍ୟ, ଘରକୁ ଆସିବ ସୁଖ ସମୃଦ୍ଧି

ହିନ୍ଦୁ ଧର୍ମ ଓ ପରମ୍ପରା ଅନୁଯାଇ ପ୍ରତ୍ୟେକ ଭଗବାନଙ୍କୁ ଆବାହନ ଏବଂ ବିସର୍ଜନ କରିବାର ଏକ ତିଥି ବାର ନକ୍ଷେତ୍ର ରହିଥାଏ । ସେହି କଥାକୁ ଧ୍ୟାନରେ ରଖି ପ୍ରତ୍ୟେକ ଭଗବାନଙ୍କୁ ଆବାହନ କରାଯାଇଥାଏ । ତେବେ ନିକଟରେ ଗଣେଶ ଚତୁର୍ଥୀ ଦିନ ପ୍ରଭୁ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଇଥିବା ବେଳେ ଅନନ୍ତ ଚତୁର୍ଥୀରେ ପ୍ରଭୁ ଶ୍ରୀଗଣେଶଙ୍କୁ ବିର୍ସଜନ କରାଯାଇଥାଏ । ଯାହାକି ଚଳିତ ବର୍ଷ ସେପ୍ଟେମ୍ବର ୯ ତାରଖ ଅର୍ଥାତ ଅଜି ପଡୁଛି । ତେବେ ଏହି ଦିନ ବାପ୍ପାଙ୍କୁ ରିତୀ ନିତୀ ଅନୁଯାଇ ବିର୍ସଜନ କରାଯାଏ । ତେବେ ପ୍ରଭୁଙ୍କ ବିର୍ସଜନ ପାଇଁ ଆଜି ଦିନ ୨ ଟା ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତ ରହିଛି । ତେବେ ଏହି ଦିନ ବାପ୍ପାଙ୍କ ବିର୍ସଜନ ସମୟରେ ଏପରି କିଛି କାମ ରହିଛି ଯାହା କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଭାଗ୍ୟ ମଧ୍ୟ ବଦଳିଥାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କଣ ସେହି କାମ ବା ମନ୍ତ୍ର ବିଷୟରେ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅନନ୍ତ ଚତୁର୍ଥୀ ଦିନ ବାପ୍ପାଙ୍କୁ ବିଦାୟ ଦେବା ପୂର୍ବରୁ ରୀତିନିତୀ ଅନୁଯାୟୀ ତାଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ତେବେ ବିଶ୍ୱାସ କରାଯାଏ ଯେ ଅନନ୍ତ ଚତୁର୍ଥୀ ଦିନ ଗଣେଶ ବୁଡ଼ ପକାଇବା ସମୟରେ ଏକ ମନ୍ତ୍ର ଜପ କରି ଗଣପତି ପ୍ରସନ୍ନ ହେବା ସହ ଭକ୍ତମାନଙ୍କ ଉପରେ ତାଙ୍କ କୃପା ଦୃଷ୍ଟି ପକାଇଥାନ୍ତି । ଯାହାଫଳରେ ସେମାନଙ୍କ ଜୀବନରେ ସୁଖ, ସମୃଦ୍ଧି ଆସିବା ସହ ସେମାନଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହୋଇଥାଏ ।

ସମୟରେ ଜପ କରନ୍ତୁ ଏହି ମନ୍ତ୍ର: ହିନ୍ଦୁ ଧର୍ମ ଓ ପୁରାଣ ଶାସ୍ତ୍ର ଅନୁଯାୟୀ କୌଣସି ଭଗବାନଙ୍କୁ ବିର୍ସଜନ ସମୟରେ କିଛି ମନ୍ତ୍ର ଜପ କରିବାକୁ ପଡିଥାଏ । ଯାହାଫଳରେ ଭଗବାନଙ୍କ ଶୁଭ ଦୃଷ୍ଟି ସର୍ବଦା ଆମମାନଙ୍କ ଉପରେ ରହିଥାଏ । ସେହିପରି ପ୍ରଭୁ ଶ୍ରୀ ଗଣେଶଙ୍କ ବିର୍ସଜନ ସମୟରେ ମଧ୍ୟ ଏକ ମନ୍ତ୍ର ରହିଛି ଯାହାକୁ ଜପ କରିବା ନିହାତି ଆବଶ୍ୟକ । ତେବେ ସେହି ମନ୍ତ୍ରଟି ହେଉଛି…

ଓଁ ୟାନ୍ତୁ ଦେବଗଣାଃ ସର୍ବେ ପୂଜାମାଦାୟ ମାମକିମ୍ ।।
ଇଷ୍ଟକାମସମୃଦ୍ଧୟଥଁ ପୁନଃଅର୍ପି ପୁନରାଗମନାୟ ଚଃ ।।

Get real time updates directly on you device, subscribe now.