fbpx

Operation Unicorn କଣ , କାହିଁକି ରାଣୀ ଏଲିଜାବେଥକଙ୍କ ସହ ଏ ପଶୁଙ୍କ ନାମ ଯୋଡ଼ା ଗଲା ?

ନୂଆଦିଲ୍ଲୀ : ବିଟ୍ରେନର ରାଣୀ ଏଲିଜାବେଥକଙ୍କ ପରୋଲୋକ ଘଟଛି। ସ୍କଟଲ୍ୟାଣ୍ଡର ବାଲାମୋରାଲରେ ୯୬ ବର୍ଷିୟା ରାଣୀ ଏଲିଜା ଚିରଦିନ ପାଇଁ ଆଖିବୁଜିଲେ । ରାଣୀଙ୍କ ମୃତ୍ୟ ପରେ ଅପରେସନ୍ ୟୁନିକର୍ଣ୍ଣ ଆରମ୍ଭ ହୋଇଛି । ବ୍ରିଟେନର କତ୍ତୃପକ୍ଷ ରାଣୀଙ୍କ ମୃତ୍ୟ ଏବଂ ଅନ୍ତିମ ସଂସ୍କାର ମଧ୍ୟରେ ପ୍ରଥମ ୧୦ ଦିନ ମଧ୍ୟରେ ଇଭେଣ୍ଟ ପରିଚାଳନା ପାଇଁ ଅରେସନ୍ ଲଣ୍ଡନ ବ୍ରିଜ୍ ଡିଜାଇନ୍ କରିଥିଲେ । ସ୍କଟଲ୍ୟାଣ୍ଡରେ ରାଣୀଙ୍କ ମୃତ୍ୟ ମାମଲାରେ ସେ ଅପରେସନ୍ ୟୁନିକର୍ଣ୍ଣ ବିଷୟରେ ଚିନ୍ତା କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁାୟୀ, ପୂର୍ବରୁ ନିଷ୍ପତି ନିଆଯାଇଛି ଯେ ଯଦି ରାଣୀ ସ୍କଟଲ୍ୟାଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ କରିବେ ତେବେ ଏହି ଅପରେସନକୁ ସ୍କଟଲ୍ୟାଣ୍ଡ ନ୍ୟାସନାଲ ପଶୁଙ୍କ ନାମ ହିସାବରେ ରଖାଯିବ। ଅପରେସନ ଲଣ୍ଡନ ବ୍ରିଜର ଏକ ଅଂଶ ଭାବରେ ବିସିସି ର ଆଙ୍କରମାନେ କଳା ପୋଷାକ ପରିଧାନ କରି ଖବର ପରିବେଷଣ କରିଥିଲେ । ଏହି ସମୟରେ ଡାଉନିଂ ଷ୍ଟ୍ରିଟରେ ଜାତୀୟ ପତକା ଅଧା ନିଚ୍ଚକୁ କରିଦିଆ ଯାଇଛି ଏବଂ ରାଜନେତାମାନେ ସମବେଦନା ତଥା ରାଜ୍ୟ ସମାଧି ପାଇଁ ପ୍ରସ୍ତୁତ ହେଉଛନ୍ତି । ରାଜ ପରିବାର ବାଲମୋରାରେ ବାସ କରନ୍ତି ଏବଂ ଅନ୍ତିମ ସଂସ୍କାରର କିଛି ଦିନ ପୂର୍ବରୁ ରାଜା ଚାର୍ଲ୍ସ ଦୁଇ ଦେଶ ଭ୍ରମଣ କରିବେ ବୋଲି ଆଶା କରଯ।ଇଛି ।

ସୂଚନାଅନୁଯାୟୀ ଗୁରୁବାର ଦିନ ଡି-ଡେ ଘୋଷିତ ହେବ ଏବଂ ଅନ୍ତମ ସଂସ୍କାରର ପ୍ରତ୍ୟେକ ଦିନ ତାଙ୍କ ମୃତ୍ୟର ଦଶମ ଦିନ ର୍ପ୍ୟନ୍ତ ଡି+୧, ଡି+୨ ବୋଲି କୁହାଯିବ । ସମାପ୍ତ ଏକ ସରକାରୀ ମେମୋ ଅନୁଯାୟୀ, ରାଣୀଙ୍କ ମୃତ୍ୟୁକୁ ଜଣାଇବା ପାଇଁ ଲଣ୍ଡନ ବ୍ରିଜ୍ ଡାଉନ୍ କୋଡ୍ ଜାରି କର।ଯାଇଛି। ଏହି ରିପୋର୍ଟରେ କୁହ।ଯାଇଛି ଯାତ୍ରା ସମୟରେ ଭିଡ ଏବଂ ବିଶୃଙ୍ଖଳାକୁ ପରିଚାଳନା କରିବା ପାଇଁ ଏକ ବୃହତ ସୁରକ୍ଷାର ବନ୍ଦୋବସ୍ତ କରାଯିବ।

ପୋଲିଟିକୋ ଦ୍ୱାରା ଜାରି ଦଲିଲ ଅନୁଯାୟୀ ରାଜ ପରିବାର ରାଣୀଙ୍କ ଅନ୍ତିମ ସଂସ୍କାର ପାଇଁ ଯୋଜନା ଘୋଷଣା କରିବେ । ରାଣୀଙ୍କ ମୃତ୍ୟର ଦଶ ଦିନ ପରେ ବ୍ରିଟେନର ନବନିୁକ୍ତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ସରକାରଙ୍କ ପ୍ରଥମ ସଦସ୍ୟ ହେବେ । ପ୍ରଧାନମନ୍ତ୍ରୀ ଏବଂ ସରକାରଙ୍କ ଅନ୍ୟ ସଦସ୍ୟଙ୍କ ବିବୃତି ବ୍ୟତୀତ ସମସ୍ତ ସାଲ୍ୟୁଟିଂ ଷ୍ଟେସନରେ ବନ୍ଧୁକ ଅଭିବାଦନ ପାଇଁ ବ୍ୟବସ୍ଥା କରାଯିବ। ଏହା ପରେ ଲିଜ୍ ଟ୍ରସ୍ ନୂତନ ରାଜାଙ୍କ ସହ ଏକ ସାଧାରଣ ସଭା କରିବେ ଏବଂ କିଙ୍ଗ ଚାର୍ଲ୍ସ ଦେଶକୁ ସମ୍ବୋଧିତ କରିବେ । ୱେଷ୍ଟମିଷ୍ଟର ଆବେରେ ରାଜ୍ୟ ସମ୍ନାନ ଏବଂ ୱିଣ୍ଡସର ଦୁର୍ଗରେ ରାଣୀଙ୍କ ଶବଦାହ କରାଯିବ । ଏହା ପରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ରାଜପ୍ରାସଦର ଚପୋଲରେ ସମାଧି ଦିଆଯିବ।ଏହା ସହ ବ୍ରିଟେନର ଜାତୀୟ ସଙ୍ଗୀତରେ ମଧ୍ୟ ସଂଶୋଧନ କରାଯିବ ।

Get real time updates directly on you device, subscribe now.