fbpx
BSKY SKY
BSKY SKY

ୟୁଜର୍ସଙ୍କ ବଢିଲା ଚିନ୍ତା: ହ୍ୱାଟସଆପରେ ଦେଖାଦେଲା ଏହି ସମସ୍ୟା

BSKY

ନୂଆଦିଲ୍ଲୀ: ଆଜିର ଟେକ୍ନୋଲୋଜିର ଯୁଗରେ ହ୍ୱାଟସପର ଚାହିଦା ସମସ୍ତଙ୍କୁ ଜଣା । ଛୋଟ କାମ ଠାରୁ ଆରମ୍ଭ କରି ବଡ ବଡ ପ୍ରୋଡେକ୍ଟ ପାଇଁ ଆମେ ଏହି ହ୍ୱାଟସଆପକୁ ବ୍ୟବହାର କରିଥାନ୍ତି । ତେବେ ବିଗତ ୨ ବର୍ଷରେ ମହାମାରୀ କରୋନା ପାଇଁ ଏହାର ଚାହିଦା ବହୁଳ ଭାବରେ ବୃଦ୍ଧି ପାଇଛି । ତେବେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ହ୍ୱାଟସଆପ୍ ତାର ଫିଚରେ ଅନେକ ପ୍ରକାର ପରିବର୍ତ୍ତନ କରିଥାଏ । ଯାହାକି ୟୁର୍ଜସ ମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇଥାଏ ।

କିନ୍ତୁ ବର୍ତ୍ତମାନ ଏହି ହ୍ୱାଟସଆପ୍ IOS ଡିଭାଇସର ନୂତନ ଅବଡେଟ୍କୁ ନେଇ ଏକ ତ୍ରୁଟି ଦେଖାଦେଇଛି । ଯାହା ୟୁଜର୍ସମାନଙ୍କ ଚିନ୍ତା ବଢାଇଛି । ତେବେ ଏହି ନୂତନ ଅବଡେଟ୍୨.୨୨.୧୮.୭୬  ଭର୍ଜନ ଚାଟ୍ ମ୍ୟୁଟ ସମୟକୁ ଅଟୋମ୍ୟାଟିକ ଭାବରେ ଏକ ସପ୍ତାହରୁ ୮ ଘଣ୍ଟାକୁ ପରିବର୍ତ୍ତନ କରୁଛି। କିନ୍ତୁ ଏହା କେବଳ ଏକ ସପ୍ତାହ ଧରି ମ୍ୟୁଟ କରିବା ପରେ ହିଁ ହେଉଛି । ତେବେ ଏହି ଏରର୍ କେବଳ IOS ୟୁଜର୍ସମାନଙ୍କ ପାଇଁ ହ୍ୱାଟସଆପରେ ହିଁ ସମୀତ ଅଛି , ଯେଉଁମାନେ ସେମାନଙ୍କ ଆପ୍ କୁ ନୂତନ ଭର୍ଜନ ପାଇଁ ଅପଡେଟ୍ କରୁଛନ୍ତି । ତେବେ ଯେଉଁ ୟୁଜର୍ସମାନେ ପୁରୁଣା ଭର୍ଜନରେ ଅଛନ୍ତି ତାଙ୍କ ହ୍ୱାଟସଆପରେ ଚାଟ୍ ମ୍ୟୁଟ୍ ଅବଧି ସଠିକ୍ ଭାବରେ କାର୍ଯ୍ୟ କରୁଛି । ତେବେ ଏହି ହ୍ୱାଟସପର ଏହି ନୂତନ ଅବଡେଟ୍ ଚଳିତ ବର୍ଷ ୩୧ ଅଗଷ୍ଟରେ ଲଞ୍ଚ ହୋଇଥିଲା ।

୨୪ ଅକ୍ଟୋବର ପରେ ଏହି ଫୋନରେ ବନ୍ଦ ହେବ ହ୍ୱାଟସପ୍: ହ୍ୱାଟସଆପ ଭର୍ଜନ ହିଷ୍ଟ୍ରି ଇନଫର୍ମମେଶନ ଅନୁଯାୟୀ ହ୍ୱାଟସଆପ ଅନେକ ପ୍ରକାର ସୁବିଧା ପ୍ରଦାନ କରିଥାଏ । ତେବେ ଏହି ହ୍ୱାଟସଅପ ଶୀଘ୍ର IOS ୧୦ କିମ୍ବା ୧୧ ଭର୍ଜନରେ ଚାଲୁଥିବା ଆଇଫୋନ୍ ମଡେଲଗୁଡିକରେ କାମ କରିବା ବନ୍ଦ କରିଦେବ । ଖବର ଅନୁଯାୟୀ, ଅକ୍ଟୋବର ୨୪ ରୁ ଏହି ପରିବର୍ତ୍ତନ ଆରମ୍ଭ ହେବ । ତେବେ IOSରେ ମେସେଜିଂ ପ୍ଲାଟଫର୍ମ ୟୁଜର୍ସମାନଙ୍କୁ ଏହାର ବ୍ୟବହାର ଜାରି ରଖିବାକୁ ହେଲେ ତାଙ୍କ ସ୍ମାର୍ଟପୋନରେ IOS୧୨ କିମ୍ବା ନୂତନ ଭର୍ଜନକୁ ଅପଗ୍ରେଡ୍ କରିବାକୁ ପଡିବ ।

Get real time updates directly on you device, subscribe now.