ମିଛ ଦସ୍ତାବିଜରେ ରାସନ ହଡପ କରୁଥିଲେ ହୋଇଯାଆନ୍ତୁ ସାବଧାନ, ହେବ ଦଣ୍ଡବିଧାନ

ନୂଆଦିଲ୍ଲୀ– ଦେଶରେ କେହି ଭୋକିଲା ରହିବେ ନାହିଁ । ଏହି ଉଦ୍ଦେଶ୍ୟ ସାଧନ କରିବାକୁ କେନ୍ଦ୍ର ସରକାର ରାସନ କାର୍ଡ ଯୋଜନା କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ସମସ୍ତଙ୍କୁ ଦୁଇ ବେଳା ଖାଦ୍ୟ ଯୋଗାଇବା ସରକାରର ଲକ୍ଷ୍ୟ । ଏହା ଏକ ନିର୍ଦ୍ଧିଷ୍ଟ ବର୍ଗ ପାଇଁ ଉଦ୍ଦିଷ୍ଟ । କିନ୍ତୁ କିଛି ଅସାଧୁ ବ୍ୟକ୍ତି ଏହି ଯୋଜନାକୁ ହାଇଜାକ କରିନେଇଛନ୍ତି । ମିଛ ଦସ୍ତାବିଜ ଆଧାରରେ ରାସନ କାର୍ଡ ହାତେଇ ଗରିବଙ୍କ ରାସନ ଖାଉଛନ୍ତି । ଯଦି ଆପଣ ବି ଏହି ତାଲିକାରେ ଅଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ହୋଇପାରେ ଏମିତି ଘୋଟାଲାରେ କାର୍ଯ୍ୟାନୁଷ୍ଠାନ ।
ଭାରତ ସରକାରଙ୍କ ତରଫରୁ ନାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଅନ୍ତର୍ଗତ କମ ମୂଲ୍ୟରେ ରାସନ ସାମଗ୍ରୀ ଯୋଗା ଯାଉଛି । ଏହି ଯୋଜନାକୁ କେହି ହଡପ କରିବାକୁ ଚେଷ୍ଟା କରୁଥିଲେ ଏହା ବିରୋଧରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । କାରଣ ଏହା ବେଆଇନ ତଥା ଅପରାଧିକ କାମ । ଯଦି କେହି ଏହି ଅପରାଧରେ ଧରାପଡେ ତେବେ ତାଙ୍କୁ ଜରିମାନା ଓ ଦଣ୍ଡବିଧାନ ହେବାର ବ୍ୟବସ୍ଥା ରହିଛି । ଯଦି କେହି ଲମ୍ବା ସମୟ ପାଇଁ ଏହି ବେଆଇନ କାମରେ ଲିପ୍ତ ରହିଥାନ୍ତି, ଏପରି ସ୍ଥିତିରେ ବ୍ୟକ୍ତିଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡିବ । ଏହି ରାସନ ଲୁଟ ରୋକିବାକୁ ସରକାରଙ୍କ ତରଫରୁ ରାସନ ସହ କେୱାଇସି ଲିଙ୍କ ବ୍ୟବସ୍ଥା କରାଯାଇଛି । ଯେମିତି ଲାଭାର୍ଥୀଙ୍କ ଚିହ୍ନଟ ଠିକ ରୂପେ ସମ୍ଭବ ହେବ ।
ଯେଉଁମାନେ ତାଲିକାରୁ ବାଦ ପଡିବେ, ତଥା ସେମାନଙ୍କ ବିରୋଧରେ ରାସନ ଲୁଟର ଅଭିଯୋଗ ସାବ୍ୟସ୍ତ ହେବ, ସେମାନେ ଜରିମାନା ଦେବୋ ଏଥିସହ ଆବଶ୍ୟକସ୍ଥଳେ ଦଣ୍ଡବିଧାନ ମଧ୍ୟ ହୋଇପାରେ । ତେଣୁ ମାଗଣା ରାସନ ସାମଗ୍ରୀ ହଡପ କରୁଥିବା ବ୍ୟକ୍ତିବିଶେଷ ଏହି କାମରୁ ଓହରିଯିବା ସେମାନଙ୍କ ପାଇଁ ଉଚିତ ହେବ ।