fbpx

‘ଶୁଟର ଦାଦି’ ଚନ୍ଦ୍ରୋ ତୋମର କରୋନା ପଜିଟିଭ ଚିହ୍ନଟ

Advertisement

ଉତ୍ତରପ୍ରଦେଶ ୨୭ ।୪ (ଓଡ଼ିଶା ଭାସ୍କର) : ‘ଶୁଟର ଦାଦି’ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ‘ଶୁଟର ଦାଦି’ ନାମରେ ପ୍ରସିଦ୍ଧ ଚନ୍ଦ୍ରୋ ତୋମରଙ୍କ କରୋନା ପଜିଟିଭ ଯୋଗୁ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୮୯ ବର୍ଷିୟ ବୟସ୍କ ମହିଳା ଚନ୍ଦ୍ରୋ ତୋମର ଉତ୍ତର ପ୍ରଦେଶର ବାଗପତରେ ରୁହନ୍ତି । ତାଙ୍କୁ କରୋନା ପଜିଟିଭ ନେଇ ଚନ୍ଦ୍ରୋ ତୋମରଙ୍କ ଟ୍ୱିଟରେ ପେଜରେ ଏହି ସୂଚନା ଦିଆଯାଇଛି । ତାଙ୍କ ଟ୍ୱିଟରେ ଲେଖା ହୋଇଛି କି ‘ଦାଦି ଚନ୍ଦ୍ରୋ ତୋମର କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇଶ୍ୱର ସମସ୍ତଙ୍କର ରକ୍ଷା କରନ୍ତୁ -ପରିବାର ।’

ସୂଚନା ଅନୁସାରେ ଚନ୍ଦ୍ରୋ ତୋମର ଯେତେବେଳେ ଏହି ଶୁଟର ଶିଖିବା ପାଇଁ ଚାହିଁଥିଲେ ସେତେବେଳେ ତାଙ୍କୁ ୬୦ ବର୍ଷରୁ ଅଧିକ ହୋଇଥିଲା । ଏହାପରେ ବି ସେ ଅନେକ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାଗ ନେଇ ସେଠାରେ ବିଜେତା ମଧ୍ୟ ହୋଇଛନ୍ତି । ଏଥିପାଇଁ ତାଙ୍କ ଉପରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି । ବିଶ୍ୱରେ ସବୁଠାରୁ ବୟସ୍କ ଶୁଟରଭାବରେ ସେ ପରିଚିତ ।

Get real time updates directly on you device, subscribe now.