ପୁରୀ: ସିଲ ହେଲା ପୁରୀ ସତ୍ୟବାଦୀର ଜୟା ହୋଟେଲ । ମଟନରେ ଗୋମାଂସ ମିଶାଇ ବିକ୍ରି କରୁଥିବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଢ଼ାବା ହେଲା ସିଲ୍ ।
ରାଜ୍ୟ ପରୀକ୍ଷାଗାରକୁ ପଠାଗଲା ମାଂସର ନମୁନା । ଭିଡିଓ ଭାଇରାଲ ପରେ ବଦଳିଲେ ସତ୍ୟବାଦୀ ଇନସ୍ପେକ୍ଟର ।
ଗୋରୁ ଚାଲାଣକାରୀଙ୍କୁ ମାଡ଼ ଅଭିଯୋଗର ନାଏବ ସରପଞ୍ଚ ଗିରଫ । ମଟନ୍ ପାଇଁ ପୁରୀର ଜୟା ହୋଟେଲ ବେଶ୍ ଫେମସ୍ ।
ମଟନକୁ ନେଇ କୌଣସି ପ୍ରମାଣ ହସ୍ତଗତ ହୋଇ ନ ଥିଲେ ମଧ୍ୟ ତଦନ୍ତ ପରେ ଏ ଘଟଣାର ସତ୍ୟତା ପଦାକୁ ଆସିବ ।