fbpx

କ୍ରିକେଟରେ ହାରିଲେ ଭାରତ-ପାକିସ୍ତାନ: ପ୍ରଶଂସକଙ୍କ ହୃଦୟ ଭାଙ୍ଗିଲା, ବାଜି ମାରିଲେ ଛୋଟ ଟିମ୍

Advertisement

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଦେଖିବାକୁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ସର୍ବଦା ଉତ୍ସୁକତାର ସହିତ ଅପେକ୍ଷା କରି ରହିଥାନ୍ତି । ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମ୍ୟାଚ ସବୁବେଳେ ସଂଘର୍ଷପୂର୍ଣ୍ଣ ରହିଥାଏ । ଏହି ସମୟରେ ପଡ଼ିଆରେ ଏକ ନୂଆ ରୋମାଞ୍ଚ ତଥା ଉତ୍ସାହ ଦେଖିବାକୁ ମିଳିଥାଏ । ତେବେ ନିକଟରେ ବହୁ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି । ଜିତିବା ସମ୍ଭାବନା ଥିବା ମ୍ୟାଚରେ ଉଭୟ ଦେଶ ପରାସ୍ତ ହୋଇ ବିଦାୟ ନେଇଛନ୍ତି ।

ସୂଚନା ମୁତାବକ, ପୁରୁଷ ଅଣ୍ଡର-୧୯ ଏସିଆ କପର ସେମିଫାଇନାଲରେ ଭାରତ ଓ ପାକିସ୍ତାନ ଦୁଇ ଟିମ୍ ପରାସ୍ତ ହୋଇ ଫାଇନାଲରୁ ବାଦ୍ ପଡ଼ିଛନ୍ତି । ପ୍ରଥମ ସେମିଫାଇନାଲରେ ପାକିସ୍ତାନ ୟୁଏଇ ନିକଟରୁ ପରାସ୍ତ ହୋଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ଭାରତ ବାଂଲାଦେଶ ନିକଟରୁ ପରାସ୍ତ ହୋଇଥିଲା । ଭାରତ ୮ମ ଥର ୟୁ-୧୯ ଏସିଆ କପରେ ଚାମ୍ପିୟନ ହୋଇଥିଲେ ହେଁ ଏଥର ବାଂଲାଦେଶ ନିକଟରୁ ପରାଜୟ ବରଣ କରିଥିଲା । ୧୭ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବାବେଳେ ଭାରତ-ପାକ୍ ଲଢ଼େଇ ଦେଖିବାକୁ ଅଗଣିତ ପ୍ରଶଂସକ ଆଶା ବାନ୍ଧିଥିଲେ । ମାତ୍ର ତାହା ଏବେ ମିଳେଇ ଯାଇଛି ।

ଭାରତ ପ୍ରଥମେ ବ୍ୟାଟିଂ କରି ୧୮୮ ରନରେ ଅଲଆଉଟ ହୋଇଯାଇଥିଲା । ଜବାବରେ ବାଂଲାଦେଶ ୪୨.୨୫ ଓଭରରେ ୬ ୱିକେଟ ହରାଇ ୧୮୯ ରନ୍ କରି ବିଜୟ ହାସଲ କରିଥିଲା । ଫଳରେ ଭାରତ ୪ ୱିକେଟରେ ପରାସ୍ତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା । ସେହିପରି ୟୁଏଇ ପ୍ରଥମେ ବ୍ୟାଟିଂ କରି ୧୯୩ ରନ୍ ସଂଗ୍ରହ କରିଥିବା ବେଳେ ପାକିସ୍ତାନ ଏହି ସହଜ ମ୍ୟାଚକୁ ହାତଛଡ଼ା କରି ମାତ୍ର ୧୮୨ ରନରେ ଅଟକିଥିଲା । ଫଳରେ ପାକିସ୍ତାନ ୧୧ ରନରେ ପରାସ୍ତ ହୋଇ ଫାଇନାଲରୁ ବାଦ୍ ପଡ଼ିଥିଲା ।

Get real time updates directly on you device, subscribe now.