fbpx

Singham Again ଟ୍ରେଲର ଲଞ୍ଚରେ ଭାଙ୍ଗିଲା ଫ୍ୟାନ୍ସଙ୍କ ହୃଦୟ, ଦୀପିକା ଥିଲେ ମିସିଙ୍ଗ, କାରଣ କହିଲେ ରଣବୀର ସିଂହ

ମୁମ୍ବାଇ: ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିଙ୍ଘମ ଅଗେନ୍‌’ର ଟ୍ରେଲର ଲଞ୍ଚ୍ ହୋଇସାରିଛି । ରୋହିତ ସେଟ୍ଟିଙ୍କ କପ୍ ୟୁନିଭର୍ସର ୫ମ ଫିଲ୍ମରେ ଅଜୟ ଦେବଗନ, କରୀନା କପୁର, ଟାଇଗର ଶ୍ରଫ୍‌, ଅକ୍ଷୟ କୁମାର, ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ନଜର ଆସିବେ । ସେହିପରି ଅର୍ଜୁନ କପୁର ଜଣେ ଖଳନାୟକ ଭୂମିକା ତୁଲାଇବେ । ବର୍ତ୍ତମାନ ସୋସିଆଲ ମିଡିଆରେ ‘ସିଙ୍ଘମ ଅଗେନ୍‌’ ଟ୍ରେଲର ଲଞ୍ଚକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । କିନ୍ତୁ ଏହି ଇଭେଣ୍ଟରେ ଦୀପିକା ମିସିଙ୍ଗ୍ ଥିବାରୁ ଅନେକ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଛି ।

‘ସିଙ୍ଘମ ଅଗେନ୍‌’ ହେଉଛି ଏକ ମଲ୍ଟିଷ୍ଟାରର ଫିଲ୍ମ । ଏହାର ରିଲିଜକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏହି ଇଭେଣ୍ଟରେ ରଣବୀର ମିଡିଆଙ୍କୁ ମଜାଳିଆ ଅନ୍ଦାଜରେ କହିଥିଲେ, ‘ଏହି ଫିଲ୍ମରେ ମୋ ଝିଅର ଡେବ୍ୟୁ ହୋଇସାରିଛି । ସିଙ୍ଘମ ସୁଟିଂ ସମୟରେ ଦୀପିକା ପ୍ରେଗନେନ୍ଟ ଥିଲେ ।’ ଦୀପିକା ନ ଆସିବାର କାରଣ ଦର୍ଶାଇ ରଣବୀର କହିଥିଲେ, ‘ଝିଅର ଯତ୍ନ ନେବାରେ ଦୀପିକା ବ୍ୟସ୍ତ ଅଛନ୍ତି । ସେ ଦିନରେ ବେବି ସହ ବ୍ୟସ୍ତ ରୁହନ୍ତି । ମୋ ଡ୍ୟୁଟି ରାତିରେ ଥିବାରୁ ମୁଁ ଆସିଛି ।’ ଏହି ଟ୍ରେଲର ଲଞ୍ଚରେ ରଣବୀର ତାଙ୍କ ପତ୍ନୀଙ୍କ ସହ ମସ୍ତି କରୁଥିବାର ନଜର ଆସିଥିଲେ ।

Get real time updates directly on you device, subscribe now.