fbpx

ବାଦଶାହାଙ୍କ ଏପରି ପୋଷ୍ଟକୁ ନେଇ ଚିନ୍ତାରେ ଫ୍ୟାନ୍ସ: ଆଉ ଶୁଣିବାକୁ ମିଳିବନି ରାପ୍ ସଙ୍ଗ !

ମୁମ୍ବାଇ: ଦେଶର ପ୍ରସିଦ୍ଧ ରାପରଙ୍କ ନାଁ କହିଲେ ପ୍ରଥମେ ବାଦଶାହଙ୍କ ନାଁ ସାମ୍ନାକୁ ଆସିଥାଏ । କାରଣ ଭାରତୀୟ ପପ୍ ତାରକା ବାଦଶାହ ତାଙ୍କର ମହାନ ଗୀତ ପାଇଁ ବେଶ୍ ଜଣାଶୁଣା । ନାଇଟ୍ ପାର୍ଟି ଶୋ ହେଉ କିମ୍ବା ବିବାହ ଉତ୍ସବ ବାଦଶାହଙ୍କ ଗୀତ ବିନା ଅସମ୍ପୂର୍ଣ୍ଣ ରହିଥାଏ । ତେବେ ସେ ଅନେକ ହିଟ୍ ଗୀତ କରିଥିବା ବେଳେ ତାଙ୍କର କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଅନେକ ପ୍ରଶଂସକ ଅଛନ୍ତି। ବାଦଶାହଙ୍କ ପ୍ରଶଂସକଙ୍କ ପାଇଁ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ଜାଣିବା ପରେ ଫ୍ୟାନ୍ସମାନଙ୍କ ମଧ୍ୟ ଚିନ୍ତା ବଢିବାର ଲାଗିଛି । ତେବେ ପପ୍ ଷ୍ଟାର ବାଦଶାହା ସୋସିଆଲ ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ କରିଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏପରି କଣ ପୋଷ୍ଟ କିଛନ୍ତି ରାପ୍ ସିଙ୍ଗର ବାଦଶାହା ।

ବାଦଶାହଙ୍କ ପୋଷ୍ଟ:ବାଦଶାହ ଖୁବ୍ ଶୀଘ୍ର ସଙ୍ଗୀତଜଗତରୁ ବିରତି ନେଇପାରନ୍ତି । ଯାହାକି ସେ ତାଙ୍କ ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରିଛନ୍ତି । ତାଙ୍କ ପୋଷ୍ଟ ଅନୁଯାୟୀ ସେ ଖୁବ୍ ଶୀଘ୍ର ସଙ୍ଗୀତରୁ ବିରତି ନେବେ। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି – ‘ଏକ ବିରତି ନେବି ‘(TAKING A BREAK) ତେବେ ତାଙ୍କର ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ବାଦଶାହ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ପ୍ରାୟତ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ଏବଂ ଗୀତ ବିଷୟରେ ପ୍ରଶଂସକଙ୍କ ସହ ସେୟାର କିଥାନ୍ତି । ତେବେ ନିକଟରେ ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର କରି ସେ ତାଙ୍କ ବିରତି ନେଇ କଥା ହୋଇଛନ୍ତି। ତେବେ ବାଦଶାହା ସୋସିଆଲ ମିଡିଆରୁ ବିରତୀ ନେବେ କିମ୍ବା ସଙ୍ଗୀତରୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସେ ଷ୍ପଷ୍ଟ କରି ନାହାନ୍ତି ।

ଚିନ୍ତାରେ ଫ୍ୟାନ୍ସ: ୩୬ ବର୍ଷ ପରେ ସଂଗୀତ ଜଗତରୁ ବାଦଶଙ୍କର ହଠାତ୍ ବିରତୀ ନେବା ଫ୍ୟାନ୍ସମାନଙ୍କୁ ଚିନ୍ତାରେ ପକାଇଛି । ନିଜ ସଙ୍ଗୀତ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଦିୱାନା ବନାଇଥିବା ବାଦଶାହା କେଉଁ କରାଣ ପାଇଁ ବିରତି ନେଉଛନ୍ତି ତାହା ସେ ଖୋଲାଖୋଲି ଭାବରେ ପ୍ରକାଶ କରି ନାହାନ୍ତି ।

Get real time updates directly on you device, subscribe now.