fbpx

ବହୁଦିନର ବ୍ୟବଧାନ ପରେ ବଡ ପରଦାରେ ନଜର ଆସିବେ ଫରୀଦା ଜଲାଲ, ଅକ୍ଷୟଙ୍କ ସହ ମିଶି କରିବେ କମେଡି

ଓଡ଼ିଶା ଭାସ୍କର:ବରିଷ୍ଠ ତଥା ଲୋକପ୍ରିୟ ଅଭିନେତ୍ରୀ ଫରୀଦା ଜଲାଲ ବଡ ପରଦାରେ ଦେଖିବାକୁ ଦର୍ଶକ ସର୍ବଦା ପସନ୍ଦ କରିଥାନ୍ତି । ଫରୀଦା ଟେଲିଭିଜନ ପରଦାରେ ବି ବହୁ ସ୍ମରଣୀୟ ଭୂମିକା ନିଭାଇଛନ୍ତି । ଦର୍ଶକ ତାଙ୍କୁ ଲୋକପ୍ରିୟ ଟିଭି ଶୋ’ ‘ଶରାରତ’ରୁ ବେଶ୍ ଭଲ ଭାବେ ମନେ ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ଫରୀଦା ଏବେ ଲୋକପ୍ରିୟ ଫିଲ୍ମ ଫ୍ରାଞ୍ଚାଇଜ୍ ୱେଲକମ୍‌ର ଅଂଶ ହେବାକୁ ଯାଉଛନ୍ତି । ରିପୋର୍ଟରୁ ଜଣାଯାଇଛି କି ଫରୀଦାଙ୍କୁ ଏହି ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମରେ କାଷ୍ଟ କରାଯାଇଛି । ଏହାର ଟାଇଟେଲ୍ ‘ୱେଲକମ୍ ଟୁ ଦି ଜଙ୍ଗଲ’ ରହିଛି ।

୭୩ ବର୍ଷରେ ପହଞ୍ଚିଥିବା ଅକ୍ଷୟ ଆଜିକାଲି ବହୁତ କମ୍ ପ୍ରୋଜେକ୍ଟ ଚୟନ କରୁଛନ୍ତି । ସେ କହିଛନ୍ତି ଏହି ଫିଲ୍ମ କୌଣସି ଏକ ବଡ ପାର୍ଟି ପରି ଲାଗୁଛି ଓ ତାଙ୍କୁ ଏଥିରେ କାମ କରି ବହୁତ ମଜା ଲାଗୁଛି । ଫରୀଦା ୧୯୬୦ରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ନିଜ ସମୟର ସବୁ ନାମୀ ହିରୋଙ୍କ ସହ କାମ କରିଛନ୍ତି । ବିନୋଦ ଖାନ୍ନା, ଅମିତାଭ ବଚ୍ଚନ, ରାଜେଶ ଖାନ୍ନା, ଋଷି କପୁରଙ୍କ ସହ ସେ କାମ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ଶାହରୁଖ ଖାନ୍‌, ଅନିଲ କପୁର, ଗୋବିନ୍ଦା ପରି ଅଭିନେତାଙ୍କ ସହ କାମ କରିଛନ୍ତି । ଫରୀଦାଙ୍କୁ ଇଣ୍ଡଷ୍ଟ୍ରୀରେ ସମସ୍ତେ ବହୁତ ସମ୍ମାନ କରିଥାନ୍ତି ।

Get real time updates directly on you device, subscribe now.