fbpx

କଂଗ୍ରେସ ବିଧାୟକ କମଲେଶ ଶାହ ପଦ୍ମ ଧରିଲେ: ମଧ୍ୟପ୍ରଦେଶରେ କଂଗ୍ରେସକୁ ଝଟକା

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେଉଥିବା ବେଳେ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏହା ମଧ୍ୟରେ ରାଜନେତାଙ୍କର ଦଳ ଡିଆଁ ପର୍ବ ଆରମ୍ଭ ହେବା ସହିତ ବହୁ ଅଭିନେତା, କ୍ରିକେଟର ଓ ବିଭିନ୍ନ ବୃତ୍ତି ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ନୂଆ ଦଳରେ ସାମିଲ ହେଉଛନ୍ତି ।

ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶ ରାଜନୀତିରୁ ଆସିଛି ଏକ ବଡ଼ ଖବର । କଂଗ୍ରେସ ବିଧାୟକ କମଲେଶ ଶାହ ବିଜେପିରେ ସାମିଲ ହୋଇଛନ୍ତି । ଛିନ୍ଦୱାଡ଼ାର ଅମରୱାଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା କମଲେଶ ପଦ୍ମ ଧରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ପ୍ରେରିତ ହୋଇ ୩ ଥରର ବିଧାୟକ କମଲେଶ ବିଜେପିରେ ସାମିଲ ହୋଇଥିବା ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରହଲାଦ ପଟେଲ କହିଛନ୍ତି ।

Get real time updates directly on you device, subscribe now.