fbpx

ଚାଷୀ ଆନ୍ଦୋଳନ ଏକ ରାଷ୍ଟ୍ରୀୟ ପ୍ରସଙ୍ଗ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୬ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ଏକାଧିକ ବାର ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଚାଷୀ ଆନ୍ଦୋଳନ ଯୋଗୁଁ ଅର୍ଥନୀତି ପ୍ରଭାବିତ ହେଉଥିବା ଜଣାପଡ଼ିଛି ।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, କୃଷକ ଆନ୍ଦୋଳନ ଏକ ରାଷ୍ଟ୍ରୀୟ ପ୍ରସଙ୍ଗ ହୋଇପାରେ । ଏନେଇ ଆସନ୍ତାକାଲି ଆଲୋଚନା ପାଇଁ ଏକ କମିଟି ଗଠନ କରାଯିବ । ଆଲୋଚନା ମାଧ୍ୟମରେ ତୁରନ୍ତ ମାମଲାର ସମାଧାନ କରାଯିବା ଆବଶ୍ୟକ । ଚାଷୀ ଓ ସରକାରଙ୍କ ପ୍ରତିନିଧିଙ୍କୁ ନେଇ ଏହି କମିଟି ଗଠିତ ହେବ । ତେବେ ଆସନ୍ତାକାଲି ମାମଲାର ଶୁଣାଣି ପୁଣି କରାଯିବ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି ।

Get real time updates directly on you device, subscribe now.