fbpx

ମୋଦୀ ସରକାରଙ୍କ ବିରୋଧରେ ପୁଣି ବଡ଼ ଆନ୍ଦୋଳନ ଆରମ୍ଭ କରିବେ କି କୃଷକ? ଶମ୍ଭୁ ସୀମାରେ ପହଞ୍ଚିଲେ ଭିନେଶ ଫୋଗାଟ

ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ୨୦୦ ଦିନ ପୂରିଛି। ବିଭିନ୍ନ ଦାବି ନେଇ ବିକ୍ଷୋଭକାରୀମାନେ ସେଠାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ସମୟରେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ସକାଳେ ସେଠାରେ ପହଞ୍ଚିଥିଲେ । ଏଠାରେ କୃଷକମାନେ ବିନେଶ ଫୋଗାଟଙ୍କୁ ସମ୍ମାନିତ କରିଥିଲେ । ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ରାଜନୀତି ଜାଣନ୍ତି ନାହିଁ କିନ୍ତୁ ସବୁଠି କୃଷକ ଅଛନ୍ତି ।

ପୂର୍ବରୁ ସେ ଚାଷ ଜମିରେ କାମ କରିସାରିଛନ୍ତି । ଭିନେଶ ଫୋଗାଟଙ୍କ କହିବା ଅନୁଯାୟୀ, “ସମସ୍ତେ ବାଧ୍ୟତାମୂଳକ ଭାବେ ଆନ୍ଦୋଳନ କରନ୍ତି । ଦୀର୍ଘ ଆନ୍ଦୋଳନ ହେଲେ ଲୋକଙ୍କ ମନରେ ଆଶା ଜାଗ୍ରତ ହୋଇଥାଏ । ଯଦି ଆମ ଲୋକମାନେ ରାଜରାସ୍ତାରେ ବସିବେ, ତେବେ ଦେଶର ବିକାଶ କେମିତି ହେବ ? ମୁଁ ଭାବୁଛି ମୋର ଅଧିକାର ପାଇଁ ମୁଁ ରାସ୍ତାକୁ ଓହ୍ଲାଇବା ଉଚିତ ।

ସମସ୍ତ ଫସଲ ପାଇଁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାବି ନେଇ ଚାଷୀମାନେ ଫେବୃଆରୀ ୧୩ ରୁ ଶମ୍ଭୁ ସୀମାରେ ଆନ୍ଦୋଳନ କରୁଛନ୍ତି । ତେବେ ପୁଲିସ ସେମାନଙ୍କ ଦିଲ୍ଲୀ ଅଭିମୁଖେ ଯାତ୍ରା ବନ୍ଦ କରିଦେଇଥିଲା । ଖୁବଶୀଘ୍ର ଖନାଉରି, ଶମ୍ଭୁ ଓ ରତନପୁରା ସୀମାରେ ବହୁ ସଂଖ୍ୟାରେ କୃଷକ ଏକାଠି ହେବାକୁ ଯାଉଛନ୍ତି ବୋଲି କୁହାଯାଉଛି ।

 

 

Get real time updates directly on you device, subscribe now.