fbpx

କୃଷି ଆନ୍ଦୋଳନ: ୨୯ରେ ପୁଣି ଆଲୋଚନା

ନୂଆଦିଲ୍ଲୀ,୨୬ ।୧୨: ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ଉପକଣ୍ଠରେ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ୩୨ ଦିନ ବିତିସାରିଛି । ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ ସୀମାରେ କୃଷି ନିୟମକୁ ବିରୋଧ କରୁଥିବା କୃଷକ ଓ ସରକାରଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଛି, କିନ୍ତୁ ସବୁ ବିଫଳ ହୋଇଛି । ଆଲୋଚନା ପାଇଁ ସରକାରଙ୍କ ନୂତନ ପ୍ରସ୍ତାବ ଉପରେ କୃଷକ ସଂଗଠନ ଆଜି ନିଷ୍ପତ୍ତି ନେଇଛି ।

ତେବେ ୨୯ରେ ଆଉ ଏକ ପର୍ଯ୍ୟାୟ ଆଲୋଚନାକୁ ନେଇ ଚାଷୀ ସଙ୍ଗଠନ ପ୍ରସ୍ତାବ ରଖିଛି । ୨୯ ତାରିଖ ଦିନ ୧୧ଟାରେ ସରକାରଙ୍କ ସହ ଆଲୋଚନା ହେବା ନେଇ ପ୍ରସ୍ତାବ ଦିଆଯାଇଛି । ଏନେଇ ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.