fbpx

କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଆସୁଛି ଏକ ନୂଆ ଯୋଜନା, କୃଷକଙ୍କ ପାଇଁ ଖର୍ଚ୍ଚ ହେବ ୨୫୦୦ କୋଟି ଟଙ୍କା

Advertisement

ନୂଆଦିଲ୍ଲୀ: ପ୍ରାକୃତିକ ପ୍ରଣାଳୀରେ ଚାଷ କରୁଥିବା କିଷାନଙ୍କ ପାଇଁ ଏକ ଖୁସି ଖବର । ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରୁଛି । ଏହି ଯୋଜନାରେ ପାଖାପାଖି ୨୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ନୂଆ ପ୍ରସ୍ତାବିତ ଯୋଜନାକୁ ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ମଞ୍ଚୁରୀ ନେଇ ପ୍ରସ୍ତାବ ଆଗତ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଡିସେମ୍ବର ମାସରେ ଗୁଜୁରାଟରେ ପ୍ରାକୃତିକ ଚାଷ ଉପରେ ଆଧାରିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରାକୃତିକ ଚାଷ ଦ୍ୱାରା ଅଧିକ ଉତ୍ପାଦନ ସମ୍ଭବ ହେବ । ଏହାର କୌଣସି ସାଇଡ୍ ଇଫେକ୍ଟ ନାହିଁ । ସାର ଓ କୀଟନାଶକ ଭିତ୍ତିକ ବିକଳ୍ପ ଚାଷର ତଲାସ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଙ୍କଉକ୍ତ ଭାଷଣର କିଛି ମାସ ପରେ ଏହି ଯୋଜନା ତିଆରି କରାଯାଇଛି । ବର୍ତ୍ତମାନ ଚାଲିଥିବା କୃଷି ପ୍ରଣାଳୀକୁ ବାଧା ନଦେଇ ପ୍ରାକୃତିକ କୃଷିକୁ ଗୁରୁତ୍ୱଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।
ପ୍ରାକୃତିକ ଚାଷ କାର୍ଯ୍ୟ କରୁଥିବା କିଷାନଙ୍କୁ ଏଥିପାଇଁ ସହାୟତା ପ୍ରଦାନ କରାଯିବା ସହ ସେମାନଙ୍କୁ ବିପଣନ ପାଇଁ ମଧ୍ୟ ସାହାଯ୍ୟ କରାଯିବ । ଚଳିତ ବଜେଟରେ କେନ୍ଦ୍ର ସରକର ପ୍ରାକୃତିକ ଚାଷକୁ ବୃଦ୍ଧି କରିବା ନେଇ ଘୋଷଣା କରିଥିଲେ । ପ୍ରାକୃତିକ ଚାଷ ରସାୟନ-ମୁକ୍ତ ପରମ୍ପରାଗତ ଚାଷର ଏକ ପ୍ରତୀକ ବୋଲି କୁହାଯାଇଛି ।

Get real time updates directly on you device, subscribe now.