fbpx

PM Kisan Yojna-ଏଥର ଚାଷୀ ପାଇବେ ଡବଲ ଟଙ୍କା, ୧୪ତମ କିସ୍ତିରେ ମିଳିବ ୪୦୦୦!

ନୂଆଦିଲ୍ଲୀ: ପିଏମ କିସାନ ଯୋଜନାକୁ ନେଇ ଏକ ବଡ ଘୋଷଣା ହୋଇଛି । ଯୋଜନାର ୧୪ତମ କିସ୍ତିରେ ଚାଷୀଭ୍କ ଆକାଉଣ୍ଟକୁ ଡବଲ ଟଙ୍କା ଆସିବ ବୋଲି ଗାଣିବାକୁ ମିଳିଛି । ତେବେ ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଆସୁଥିବା ବେଳେ ଏଥର ଚାଷୀଙ୍କୁ ୪୦୦୦ ଟଙ୍କା ଦିଆଯିବ । ପିଏମ କିସାନ ଯୋଜନା ଅଧୀନରେ କୃଷକଙ୍କ ବିକାଶ ଏବଂ ସହାୟତା ପାଇଁ ଏହି ଯୋଜନା ପ୍ରଣୟନ କରିଛନ୍ତି କେନ୍ଦ୍ର ସରକାର । କୃଷକଙ୍କ ରୋଜଗାରକୁ ଦୁଇଗୁଣ କରିବା ପାଇଁ ସରକାରଙ୍କ ତରପରୁ ଏହି ଟଭ୍କା ପ୍ରଦାନ କରାଯାଇଥାଏ ।

ଅନେକ କୃଷକ ନିଜ ଭେରିଫିକେସନ୍ ପ୍ରସେସ୍ ପୂରା କରିପାରି ନଥିଲେ । ସେତିପାଇଁ ସେମାନଙ୍କ ଆକାଉଣ୍ଟକୁ ୧୩ତମ କିସ୍ତି ଆସି ପାରି ନଥିଲା । କିନ୍ତୁ ଏବେ ଅଦିକାଂଶ ଚାଷୀଙ୍କର ଭେରିଫିକେସନ ଶେଷ ହୋଇଛି । ତେଣୁ ଏଥର ୧୪ତମ କିସ୍ତିରେ ସରକାରଙ୍କ ତରଫରୁ ୨୦୦୦ଟଙ୍କା ବଦଳରେ ୪୦୦୦ ଟଙ୍କା ଟ୍ରାନ୍ସଫର କରିବେ । ୧୩ତମ କିସ୍ତି ପାଇ ନଥିବା ଚାଷୀମାନେ ମଧ୍ୟ ଏଥିରେ ସେମାନଙ୍କ ଟଙ୍କା ପାଇପାରିବେ । ଦେଶର କୋଟି କୋଟ କୃଷକଙ୍କ ଆକାଉଣ୍ଟକୁ ୧୩ଟି କିସ୍ତିରେ ଟଙ୍କା ଦିଆ ସରିଥିବା ବେଳେ ଏବେ ୧୪ତମ କିସ୍ତିକୁ ଅପେକ୍ଷା ରହିଛି ।

ତେବେ ସୂଚନା ଅନୁସାରେ, ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଏପ୍ରିଲରୁ ଜୁଲାଇ ମାସ ସୁଦ୍ଧା କୃଷକମାନଙ୍କ ଆକାଉଣ୍ଟକୁ ୧୪ତମ କିସ୍ତି ଟାନ୍ସଫର କରି ଦିଆଯିବ । ଏଥିରେ ୧୩ତମ କିସ୍ତି ପାଇ ନଥିବା କୃଷକଙ୍କୁ ମଧ୍ୟ ସେମାନଙ୍କ ଟଙ୍କା ଏକା ସାଙ୍ଗରେ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.