ନୂଆଦିଲ୍ଲୀ: ସାରାଦେଶରେ ଚାଷୀଙ୍କ ପାଇଁ ମୋଦୀ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ସେହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କିଷାନ ସମ୍ମାନ ନିଧି ଯୋଜନା । ଏହି ଯୋଜନା ଅଧିନରେ ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ପ୍ରତିବର୍ଷ ୬୦୦୦ ଟଙ୍କା ଟ୍ରାନ୍ସଫର ହେଉଛି । ଅର୍ଥାତ୍ ଚାଷୀଙ୍କୁ ୩ଟି କିସ୍ତିରେ ୨-୨ ହଜାର ଟଙ୍କା ପଠାଯାଉଛି ।
ତେବେ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଏମ କିଷାନ ଯୋଜନା ଅଧିନରେ ୧୦ମ କିସ୍ତି ଟଙ୍କା ଟ୍ରାନ୍ସଫର ହୋଇସାରିଛି । ଏପରି ପରିସ୍ଥିତିରେ ଚାଷୀମାନେ ୧୧ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଚଳିତ ମାସ ବା ମେ’ ରେ ପିଏମ କିଷାନର ଯୋଜନାର ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ । ପୂର୍ବରୁ କିସ୍ତି ଟଙ୍କା ଏପ୍ରିଲ ମାସରେ ଆସିବ ବୋଲି ଆଶ କରାଯାଉଥିଲା, କିନ୍ତୁ ଏବେ ମେ’ ମାସରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପାରନ୍ତି ସରକାର ।
ଏହିପରି ପଠାଯାଏ ଟଙ୍କା :-
ଏପ୍ରିଲ୍-ଜୁଲାଇର କିସ୍ତି ଏପ୍ରିଲ୍ ୧ ରୁ ଜୁଲାଇ ୩୧ ମଧ୍ୟରେ ପଠାଯାଏ ।
ଅଗଷ୍ଟ-ନଭେମ୍ବର କିସ୍ତି ଅଗଷ୍ଟ ୧ ରୁ ନଭେମ୍ବର ୩୦ ମଧ୍ୟରେ ଟ୍ରାନ୍ସଫର ହୁଏ ।
ଡିସେମ୍ବର-ମାର୍ଚ୍ଚ କିସ୍ତି ଡିସେମ୍ବର ୧ ରୁ ମାର୍ଚ୍ଚ ୩୧ ମଧ୍ୟରେ ପଠାଯାଏ ।
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ପାଇବା ପାଇଁ ଇ-କେୱାଇସି ବାଧ୍ୟତାମୂଳକ । ଯଦି କେହି ଇ- କେୱାଇସି କରିନାହାଁନ୍ତି, ତେବେ ସେ ଯୋଜନାର ଟଙ୍କାରୁ ବଞ୍ଚିତ ହୋଇପାରନ୍ତି । ସରକାର ମଧ୍ୟ ଏହାର ଶେଷ ତାରିଖ ବଢ଼ାଇଦେଇଛନ୍ତି । ବର୍ତ୍ତମାନ ଚାଷୀମାନେ ୩୧ ମେ ୨୦୨୨ ସୁଦ୍ଧା ଇ-କେୱାଇସି କରିପାରିବେ ।
ପିଏମ କିଷାନ ଟୋଲ ଫ୍ରି ନମ୍ବର-: ୧୮୦୦୧୧୫୫୨୬୬ ।
ପିଏମ କିଷାନ ହେଲ୍ପଲାଇନ ନମ୍ବର -: ୧୫୫୨୬୧ ।
ପିଏମ କିଷାନ ଲ୍ୟାଣ୍ଡଲାଇନ୍ ନମ୍ବର: ୦୧୧-୨୩୩୮୧୦୯୨, ୨୩୩୮୨୪୦୧ ।
ପିଏମ କିଷାନର ନୂଆ ହେଲ୍ପଲାଇନ: ୦୧୧-୨୪୩୦୦୬୦୬ ।
ପିଏମ କିଷାନର ଆଉ ଏକ ହେଲ୍ପଲାଇନ: ୦୧୨୦-୬୦୨୫୧୦୯ ।
ଇ-ମେଲ୍ ଆଇଡି: [email protected] ।