ବଣାଇ: ଦେଶ ତଥା ରାଜ୍ୟରେ ପ୍ରତିଦିନ ଅପରାଧ ଘଟୁଥିବା ବେଳେ ବର୍ତ୍ତମାନ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବଣାଇରେ ଜଣେ ନାବାଳିକାକୁ ନିଜ ନୃଶଂସ ବାପା ହାଣିଦେଇଛି।
ସୂଚନାନୁଯାୟୀ, ବାପାର ଟାଙ୍ଗିଆ ଚୋଟରେ ୧୩ ବର୍ଷୀୟ ଝିଅ ଗୁରୁତର ଅଛି। ଗୁରୁତର ଅବସ୍ଥାରେ ଝିଅକୁ ରାଉରକେଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଲହୁଣୀପଡ଼ା ଥାନା ଗଦାପାଲିର ଏହି ଘଟଣା।