fbpx

ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଫୁଟିଲା ଗୁଳି: ବାପା ଗୁଳିରେ ଆଖିବୁଜିଲା ପୁଅ

ବାରଙ୍ଗ,(ଭାସ୍କର ନ୍ୟୁଜ୍‌):  ବାରଙ୍ଗ ଅଞ୍ଚଳରେ ଏକ ଅଘଟଣ ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ କଲ୍ୟାଣ ନଗର (ବେନ୍ଟୁଆ ) ମୁଣ୍ଡାସାହିର ଯଦୁମଣି ମୁଣ୍ଡାଙ୍କ ପରିବାରରେ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବାପ-ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଧୀରେ ଧୀରେ ଏହି ବଚସା ତୀବ୍ରତର ହୋଇଥିଲା । ଫଳରେ ପୁଅ ଶିବ ମୁଣ୍ଡା (୨୫ ବର୍ଷ) ନିଜ ବାପାଙ୍କୁ ମାରପିଟ୍‌ କରିବା ସହିତ ମରଣାତ୍ମକ ଆକ୍ରମଣ ପାଇଁ ଉଦ୍ୟମ କରୁଥବା ବେଳେ ବାପା ଘରେ ଥିବା ଏକ ଦେଶୀ ବନ୍ଧୁକ ଆଣି ପୁଅକୁ ଗୁଳି କରିଥିଲା । ଫଳରେ ଘଟଣାସ୍ଥଳରେ ଶିବର ମୁତ୍ୟୁ ଘଟିଛି । ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ମଲ୍ଲିକ ଘଟଣା ସ୍ଥଳରେ ପହଁଞ୍ଚିଲା ବେଳକୁ ବାପ ଯଦୁମଣି ମୁଣ୍ଡା ଫେରାର ହୋଇ ଯାଇଥିଲା । ମୃତ ଶିବ ମୁଣ୍ଡା ଭୁବନେଶ୍ୱରସ୍ଥିତ କିସ୍‌ ବିଶ୍ୱବିଦ୍ୟାଳୟର ପ୍ଲସ୍‌ ୩ ଛାତ୍ର ଥିଲେ ଏବଂ ସେ ଜଣେ ଭଲ ପିଲା ଥିଲା । ତାର ମୃତ୍ୟୁରେ ଗ୍ରାମର ସମସ୍ତେ ଦୁଃଖରେ ମ୍ରିୟମାଣ ଓ ବ୍ୟଥିତ । ବାରଙ୍ଗ ଥାନା ଅଧୀକାରୀ ଆକାଶ ରଣା ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଛାନ୍‌ଭିନ୍‌ ଚଳାଇଛନ୍ତି ।

Get real time updates directly on you device, subscribe now.