୫୦୦ ଟଙ୍କା ପାଇଁ ବାପା ସାଜିଲା ଯମ! ୧୪ ବର୍ଷର ଝିଅର ତଣ୍ଟିଚିପି; କେନାଲରେ ଫିଙ୍ଗିଦେଲା ସୈତାନ ବାପା

ଖେଳଛୁଟିରେ ଝିଅକୁ ଘରକୁ ନେବାକୁ ଆସିଥିଲେ ଅଜୟ । ସେ ଝିଅକୁ ଘରକୁ ନେବା ବଦଳରେ ତାକୁ ବିଲକୁ ନେଇଯାଇଥିଲେ ।

ମୀରଠ: ଉତ୍ତର ପ୍ରଦେଶ ମୀରଠରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ୪୦ ବର୍ଷୀୟ ବାପ ତା’ ୧୪ ବର୍ଷୀୟ ଝିଅର ତଣ୍ଟି ଚିପି ହତ୍ୟା କରିଛି ।

ଝିଅକୁ ହତ୍ୟା କରିବା ପରେ ମୃତଦେହକୁ ଡ୍ୟାମରେ ନେଇ ଫିଙ୍ଗି ଦେଇ ଘଟଣାକୁ ଛପାଇ ଦେବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି ।

ଘଟଣାଟି ମୀରଠ ବୁଲନ୍ଦସହରର ଅନୁପସହର ଅଞ୍ଚଳର । ଝିଅଟି ପକେଟ ମନି ବାବଦକୁ ବାପାଙ୍କୁ ନ କହି ପର୍ସରୁ ୫୦୦ ଟଙ୍କା ନେବା କାରଣରୁ ବାପା ରାଗରେ ତଣ୍ଟିଚିପି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅର ମୃତଦେହ ଗତ ଶୁକ୍ରବାର କେନାଲରେ ଭାସୁଥିବାର ଦେଖିବାକୁ ମିଳିଥିଲା । ଯାହାପରେ ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ ଏହାର ସୂଚନା ଦେଇଥିଲେ । ଏଥିସହ ବାପା ଅଜୟ ଶର୍ମାଙ୍କୁ ମଧ୍ୟ ଡକାଯାଇଥିଲା ।

ପଚରାଉଚରା ପରେ ଅଜୟ କହିଥିଲେ,ଗୁରୁବାର ଖେଳଛୁଟିରେ ଝିଅକୁ ଘରକୁ ନେବାକୁ ଆସିଥିଲେ ଅଜୟ । ସେ ଝିଅକୁ ଘରକୁ ନେବା ବଦଳରେ ତାକୁ ବିଲକୁ ନେଇଯାଇଥିଲେ ।

ଯେଉଁଠାରେ ସ୍କାର୍ପରେ ଝିଅର ତଣ୍ଟି ଚିପି ତାକୁ ହତ୍ୟା କରିଥିଲେ । ଏହାପରେ ସୁଯୋଗ ଦେଖି ମୃତଦେହକୁ କେନାଲକୁ ଫିଙ୍ଗିଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ ।ଅଜୟଙ୍କୁ ଗିରଫ କରି ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।