fbpx

ସୀମା ଟପିଲା ବର୍ବରତା : ୩ ଶିଶୁଙ୍କୁ ନିର୍ମମ ହତ୍ୟା ପରେ କୂଅରେ ଫିଙ୍ଗିଲା ନୃଶଂସ ବାପ

ରାଉରକେଲା: ବାପାର ରାଗ ଆଗରେ ବଳି ପଡିଗଲା ୩ କଅଁଳ ଜୀବନ । ନିର୍ମମ ଭାବରେ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ନୃସଂସ ବାପା । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଲଡା ଅଞ୍ଚଳରେ । ଏହି ଘଟଣା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ୩ ଜଣ ଶିଶୁଙ୍କୁ ନିର୍ମମ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୩ ଜଣ ଶିଶୁଙ୍କୁ ହତ୍ୟା କରିଛି ନୃସଂସ ବାପା । ଗୋଟିଏ ପରିବାରର ୩ ଜଣ ଶିଶୁଙ୍କୁ ହତ୍ୟା କରିବା ପରେ କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଏକ ଅମାନବୀୟ କାଣ୍ଡ ଘଟାଇବାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ହତ୍ୟା କରିବା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇତିବା ସୂଚନା ମିଳିଛି । ତେବେ ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛିି ।

Get real time updates directly on you device, subscribe now.