ପୁଅ ଆଗରେ ଛଟପଟ ହୋଇ ଚାଲିଗଲା ବାପାର ଜୀବନ

ସେଦିନ ପୁଅର ଆଖି ସାମ୍ନାରେ ଟ୍ରକ ଚକା ତଳେ ଚଟଣୀ ହୋଇଯାଇଥିଲା ମା'ର ମୁଣ୍ଡ। ଆଉ ଆଜି ପୁଅର ଆଖି ଆଗରେ ଛଟପଟ ହୋଇ ମରିଗଲେ ବାପା।

କଣ୍ଟାବାଞ୍ଜି: ପୁଅ ଆଗରେ ଛଟପଟ ହୋଇ ଚାଲିଗଲା ବାପାଙ୍କ ଜୀବନ। ସବୁ ଦେଖୁଥିଲେ ସୁଦ୍ଧା କିଛି କରିପାରିଲେନି ପୁଅ। ପୁଅ ଦେଖୁଥିଲା ଆଉ ଜୀବନର ଶେଷ ନିଶ୍ୱାସ ନେଉଥିଲେ ବାପା। ଠିକ୍ ସେହିପରି କିଛି ଦିନ ତଳେ ପୁଅକୁ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ସ୍କୁଟିରେ ନେଇଯାଉଥିଲେ ବାପା ମା’।

ହେଲେ ଟ୍ରକ ସ୍ୱାମୀ ଆଉ ପୁଅଙ୍କ ଆଖି ସାମ୍ନାରେ ଟ୍ରକ ଚକା ତଳେ ଚାଲିଯାଇଥିଲା ମା’ର ଜୀବନ। ମା’କୁ ବଞ୍ଚାଇବାକୁ ଚାହିଁଲେ ବି ଆଉ ବଞ୍ଚାଇ ପାରିଲେନି। କାରଣ ଟ୍ରକ ଟକା ତଳେ ମାର ମୁଣ୍ଡ ପୁରା ଚଟଣୀ ହୋଇଯାଇଥିଲା।

ଠିକ୍ ସେହିପରି ଆଜି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରାସ୍ତାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ପୁଅର ଥିଲା +୨ ପରୀକ୍ଷା। ଆଉ ପୁଅକୁ କଲେଜ ନେଇ ଯାଉଥିଲେ ବାପା। ହେଲେ ହଠାତ୍ ଏକ ଅଜଣା ଗାଡି ଆସି ଧକ୍କା ଦେଇ ଚାଲିଯାଇଥିଲା।

ଆଉ ଏହି ଦୁର୍ଘଟଣାରେ ପୁଅ ଆହତ ହୋଇ ପଡିଥିଲା। ହେଲେ ପୁଅର ଆଖି ସାମ୍ନାରେ ବାପାର ଜୀବନ ଦୀପ ଲିଭିଯାଇଥିଲା। ପୁଅଟି ବାପା ଜଣଙ୍କୁ ବଞ୍ଚାଇବାକୁ  ଚାହିଁକି ବି ବଞ୍ଚାଇ ପାରିଲା ନାହିଁ। ପରେ ପିଲାଟିକୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ବଙ୍ଗୋମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି।