କୋଲକାତା: ପଶ୍ଚିମବଙ୍ଗର ଏକ ସରକାରୀ ବିଶ୍ୱବିଦ୍ୟାଳୟରେ ଜଣେ ମହିଳା ପ୍ରଫେସର ଜଣେ ଛାତ୍ରୀଙ୍କୁ ‘ବିବାହ’ କରୁଥିବାର ଭିଡିଓ କୁ ନେଇ ବିବାଦ ସୃଷ୍ଟି ହୋଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ତେବେ ପ୍ରଫେସର ଦାବି କରିଛନ୍ତି ଯେ ଏହା ଏକ ନାଟକ ଯାହା ତାଙ୍କ ବିଷୟ ଅଧ୍ୟୟନର ଏକ ଅଂଶ ଥିଲା । ନଦିଆ ଜିଲ୍ଲାର ହରିଙ୍ଗହାଟାସ୍ଥିତ ମୌଲାନା ଅବୁଲ କଲାମ ଆଜାଦ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ମାକାଉଟ)ର ମନୋବିଜ୍ଞାନ ବିଭାଗରେ ଏହି ଘଟଣା ଘଟିଛି।
बंगाल के नदिया जिले में स्थित मौलाना अबुल कलाम आजाद प्रौद्योगिकी विश्वविद्यालय की प्रोफेसर ने फर्स्ट ईयर के छात्र से क्लासरूम में ही शादी रचा ली। वीडियो वायरल हुआ, तो यूनिवर्सिटी प्रशासन ने प्रोफेसर को छुट्टी पर भेज दिया। pic.twitter.com/aUTybYxJ0t
— Swaraj Srivastava (@SwarajAjad) January 29, 2025
ଭିଡିଓରେ ଦେଖିବାକୁ ମିଳୁଛି ଯେ ପ୍ରଫେସର କନ୍ୟା ବେଶରେ ଏବଂ ପ୍ରଥମ ବର୍ଷର ଛାତ୍ର ବର ବେଶରେ ଶ୍ରେଣୀଗୃହରେ ‘ସିନ୍ଦୁର ପିନ୍ଧାଉଛନ୍ତି’ ଏବଂ ‘ମାଳ ପିନ୍ଧାଉଛନ୍ତି।
ଏହି ଭିଡିଓକୁ ନେଇ ବିବାଦ ସୃଷ୍ଟି ହେବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଜଣିଆ ତଦନ୍ତ କମିଟି ଗଠନ କରାଯାଇ ପ୍ରଫେସରଙ୍କୁ ସ୍ପଷ୍ଟୀକରଣ ମାଗିଥିଲା।
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସେ କହିଛନ୍ତି ଯେ ଏହା ଏକ ‘ସାଇକୋ ଡ୍ରାମା’ ଯାହା ତାଙ୍କ ବିଷୟ ଅଧ୍ୟୟନର ଏକ ଅଂଶ ଏବଂ ଏଥିରେ କିଛି ବାସ୍ତବ ନାହିଁ।
ପ୍ରଫେସର ଦାବି କରିଛନ୍ତି ଯେ ଭିଡିଓଟି କେବଳ ବିଭାଗ ପାଇଁ ରେକର୍ଡ କରାଯାଇଛି ଏବଂ ମନୋବିଜ୍ଞାନ ବିଭାଗର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ “ଲିକ୍” କରାଯାଇଛି।
ତଦନ୍ତ ସରିବା ପର୍ଯ୍ୟନ୍ତ ପ୍ରଫେସରଙ୍କୁ ଛୁଟିରେ ଯିବାକୁ କୁହାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।