fbpx

ଗଗନଯାନରେ ମହାକାଶ ଯିବ ମହିଳା ରୋବଟ୍ ବ୍ୟୋମିତ୍ରା: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ଭାରତ ଚନ୍ଦ୍ରରେ ସଫଳ ଅବତରଣ ପରେ ଏବେ ସମଗ୍ର ବିଶ୍ୱର ନଜର ଇସ୍ରୋର ପରିବର୍ତ୍ତି ମିଶନ ଉପରେ ରହିଛି । ଆସନ୍ତା ମାସରେ ଭାରତ ସୂର୍ଯ୍ୟଙ୍କ ଅଧ୍ୟୟନ କରିବା ପାଇଁ ଆଦିତ୍ୟ ଲଞ୍ଚ କରିବାକୁ ଯାଉଥିବା ବେଳେ ଏହାପରେ ଗଗନଯାନ ଲଞ୍ଚ କରିବାର ଯୋଜନା ରହିଛି । ଶନିବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ଯେ, ଇସ୍ରୋର ଗଗନଯାନ ମିଶନରେ ମହାକାଶକୁ ଏକ ମହିଳା ରୋବର୍ଟ(ବ୍ୟୋମିତ୍ରା)କୁ ପଠାଇବ ।

ସେ କହିଥିଲେ କି ଅକ୍ଟୋବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଇସ୍ରୋ ଏକ ଟ୍ରାଏଲରେ ମହାକାଶ ଉଡ଼ାଣ କରାଯିବ । ଏହାପରେ ମିଶନରେ ବ୍ୟୋମିତ୍ରା ନାମକ ମହିଳା ରୋବର୍ଟକୁ ମହାକଶକୁ ପଠାଯିବ । କରୋନା ମହାମାରୀ ପାଇଁ ଗଗନଯାନ ଯୋଜନାରେ ବିଳମ୍ବ ହୋଇଥିଲା । ତେବେ ଅକ୍ଟୋବର ମାସରେ ଆମେ ଏହି ମିଶନର ପରୀକ୍ଷା କରିିବାକୁ ଯୋଜନା କରିଛୁ । ମହାକାଶରୁ ଯାତ୍ରୀଙ୍କୁ ଫେରାଇ ଆଣିବା ସେତିକି ଗୁରୁତ୍ୱପୁର୍ଣ୍ଣ ଯେତିକି ସେମାନଙ୍କୁ ପଠାଇବା ।

ଜିତେନ୍ଦ୍ର ସିଂ କହିଛନ୍ତି, “ଦ୍ୱିତୀୟ ମିଶନରେ ଜଣେ ମହିଳା ରୋବଟ୍ ରହିବ ଏବଂ ସେ ସମସ୍ତ ମାନବ କାର୍ଯ୍ୟକଳାପକୁ ଅନୁକରଣ କରିବେ। ଯଦି ସବୁକିଛି ଠିକ୍ ହୁଏ ତେବେ ଆମେ ଆଗକୁ ବଢିବା।”

Get real time updates directly on you device, subscribe now.