ଏହି ଦିନ ପାଳନ ହେବ ସରସ୍ୱତୀ ପୂଜା, ଜାଣନ୍ତୁ ତାରିଖ, ଶୁଭ ମୂହୁର୍ତ୍ତ ଏବଂ ମହତ୍ତ୍ୱ

ପ୍ରତି ବର୍ଷ ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥିକୁ ସରସ୍ୱତୀ ପୂଜା ପାଳନ କରାଯାଇଥାଏ। ଏହି ଦିନଠାରୁ ବସନ୍ତ ପଞ୍ଚମୀର ଆରମ୍ଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ ସରସ୍ୱତୀ ପୂଜା କେବେ ପାଳନ କରାଯିବ।

ଓଡ଼ିଶା ଭାସ୍କର: ମା ସରସ୍ୱତୀଙ୍କୁ ଶିକ୍ଷା, ବୁଦ୍ଧି ଏବଂ ଜ୍ଞାନର ଦେବୀ ଭାବରେ ବିବେଚନା କରାଯାଏ। ଦେବୀ ସରସ୍ୱତୀଙ୍କୁ ପୂଜା କରି ଭକ୍ତମାନେ କଳା ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଥାନ୍ତି।

କୁହାଯାଏ ଯେ, ଯଦି କୌଣସି ବ୍ୟକ୍ତିଙ୍କୁ ମା ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ, ତେବେ ସେ ତା ଜୀବନରେ ବିଫଳତାର ସମ୍ମୁଖୀନ ହୁଅନ୍ତି ନାହିଁ। ସେ ନିଜ ଜୀବନରେ ଅପାର ସଫଳତା ହାସଲ କରନ୍ତି।

ମା ସରସ୍ୱତୀ ଶାରଦା, ବିଣାବାଦିନୀ, ବୀଣାପାଣି, ଭାରତୀ,ବାଗଦେବୀ, ମହାସ୍ୱେତା, ଜ୍ଞାନଦା, ହଂସବାହିନୀ, ଭାଗେଶ୍ୱରୀ ଏବଂ ଅନ୍ୟ ନାମରେ ଜଣାଶୁଣା। ତେବେ ଆସନ୍ତୁ ଜାଣିବା ସରସ୍ୱତୀ ପୂଜା ଚଳିତ ବର୍ଷ କେବେ ପାଳନ କରାଯିବ ଏବଂ ମା ବୀଣାପାଣିଙ୍କ ପୂଜା ପାଇଁ ଶୁଭ ସମୟ କ’ଣ ରହିବ?

ସରସ୍ୱତୀ ପୂଜା 2025 ତାରିଖ ଏବଂ ଶୁଭ ସମୟ: କ୍ୟାଲେଣ୍ଡର ଅନୁଯାୟୀ ସରସ୍ୱତୀ ପୂଜା ପର୍ବ ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ପାଳନ କରାଯାଏ। ତେବେ ଚଳିତ ବର୍ଷ, ମାଘ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି 2 ଫେବୃଆରୀ 2025 ରେ ସକାଳ 9.14 ରେ ଆରମ୍ଭ ହେବ।

ପଞ୍ଚମି ତିଥି 3 ଫେବୃଆରୀରେ ସକାଳ 6.51 ରେ ଶେଷ ହେବ। ସରସ୍ୱତୀ ପୂଜା 2 ଫେବୃଆରୀ 2025 ରେ ପାଳନ କରାଯିବ। ସରସ୍ୱତୀ ପୂଜା ପାଇଁ ଶୁଭ ସମୟ ସକାଳ 7:09 ରୁ ରାତି 12:35 ପର୍ଯ୍ୟନ୍ତ ହେବ।